ମହିଳା ହକି ଟିମ୍‌କୁ ଚିଅର ଅପ୍ କଲେ ମୁଖ୍ୟମନ୍ତ୍ରୀ, ଐତିହାସକ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

Published By : Prameya-News7 Bureau | August 02, 2021 IST

ଭୁବନେଶ୍ୱର ୦୨/୮: ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ହକି ଟିମ୍ । ଏହି ସଫଳତା ପାଇଁ ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରି ଇତିହାସ ରଚିଛି । ଭାରତୀୟ ହକି ଟିମର ଏହି ବିଜୟରେ ନିଜର ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ।

wp:html /wp:html

ମ୍ୟାଚ୍‌ ଦେଖିବା ପରେ ଭିଡିଓ ଏବଂ ଟ୍ୱିଟ୍‌ ମାଧ୍ୟମରେ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଟିମ୍ ଆଗକୁ ଭଲ ପ୍ରଦର୍ଶନ କରୁ । ଫାଇନାଲ ଜିତି ଦେଶ ପାଇଁ ଗୌରବ ଆଣୁ । ଆଗାମୀ ମ୍ୟାଚ ପାଇଁ ଭାରତୀୟ ମହିଳା ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଥାଉକି, ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.