ଧାମନଗର ଉପ-ନିର୍ବାଚନ: ୩୧ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 26, 2022 IST

ଭୁବନେଶ୍ୱର୨୫/୧୦: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଝଲକ ଦେଖିବାକୁ ମିିଳିବ । ସେହି ଦୁଇ ନିର୍ବାଚନରେ ଅକ୍ଟୋବର ୩୧ରେ ଭର୍ଚୁଆଲ୍‌ ପ୍ରଚାର କରିବା ଭଳି ଚଳିତ ମାସ ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୨୦ ନଭେମ୍ବର ୩ରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଦୁଇ ବର୍ଷ ତଳେ ଅକ୍ଟୋବର ୩୧ ତାରିଖରେ ଭର୍ଚୁଆଲ୍‌ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଦୁଇ ବର୍ଷ ପରେ ପୁଣି ଇତିହାସ କଡ଼ ଲେଉଟିବ । ସେହି ସମାନ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଧାମନଗର ଉପନିର୍ବାଚନରେ ଭର୍ଚୁଆଲ୍‌ ପ୍ରଚାର କରିବେ । ବିଜେଡି ପୂର୍ବରୁ ଲଢ଼ିଥିବା ସମସ୍ତ ଉପନିର୍ବାଚନ ଜିତିବା ଭଳି ଏହି ନିର୍ବାଚନରେ ମଧ୍ୟ ବହୁ ଭୋଟରେ ଜିତିବ । ସମସ୍ତ ଶ୍ରେୟ ଦଳର ମୁଖିଆ ନବୀନଙ୍କର ବୋଲି ବରିଷ୍ଠ ନେତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.