ଫାଇନାଲ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ- ଅପରାଜେୟ ରହୁ ରୋହିତ ବାହିନୀ

Published By : Prameya-News7 Bureau | November 19, 2023 IST

ଭୁବନେଶ୍ୱର ୧୯।୧୧ : ରବିବାର ବିଶ୍ୱକପ୍‌ ୨୦୨୩ର ଫାଇନାଲ ମୁକାବିଲା । ଟାଇଟଲ ପାଇଁ ଲଢିବେ ଭାରତ-ଅଷ୍ଟ୍ରେଲିଆ ।  ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ୍‌ । ହେଲେ ଏହା ପୂର୍ବରୁ ଚାରିଆଡୁ ଛୁଟୁଛୁ ଶୁଭେଚ୍ଛାର ସୁଅ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଭାରତୀୟ ଟିମ୍‌ ଚଳିତ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳୁଛି । ତେଣୁ ପୁରା ଟିମ୍‌କୁ ଶୁଭେଚ୍ଛା ଜଣାଉଛି। ବର୍ତ୍ତମାନ ଯାଏଁ ଟିମ୍‌ ବିଶ୍ୱକପ୍‌ ୨୦୨୩ରେ ଅପରାଜେୟ ରହିଛି । ତେଣୁ ଆଜିର ମ୍ୟାଚ୍‌ ଜିତି ତୃତୀୟ ଥର ଲାଗି ଭାରତୀୟ ବିଶ୍ୱକପ୍‌ ଟ୍ରଫି ହାତେଇବ।

wp:html /wp:html

ସୂଚନାଯୋଗ୍ୟ ଯେ, ନଭେମ୍ବର ୧୯ ତାରିଖରେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ୨୦୨୩ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ଶକ୍ତଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.