ଜୟପୁର ୧୯।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଆଉ ମାତ୍ର ଦିନ କେଇଟା ବାକି। ଶାସକ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ପାଇଁ ପୁରା ଦମରେ ଲାଗି ପଡିଥିବା ବେଳେ ବିଜେପି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସଭା କରାଉଛି। ଏଥିରେ କଂଗ୍ରେସ କିନ୍ତୁ ଛାଡିବାର ନାହିଁ, ରବିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମହେଶ ନଗରରେ କଂଗ୍ରେସ ପ୍ରାର୍ଥୀ ଡା. ଅର୍ଚନା ଶର୍ମାଙ୍କ ସମର୍ଥନରେ ପ୍ରଚାର କରିଛନ୍ତି। ଏଥି ପାଇଁ ଆୟୋଜିତ ଜନସମାବେଶକୁ ସମ୍ବୋଧିକ କରି ମୁଖ୍ୟମନ୍ତ୍ରୀ ବଜେଟ୍ରେ ଦେଇଥିବା ୧୦ ଗ୍ୟାରେଣ୍ଟି ପୂରଣ କରିଥିବା ନିର୍ବାଚନମଣ୍ଡଳିର ଲୋକଙ୍କୁ କହିଛନ୍ତି। ଏହା ସହିତ ଆଉ ୭ଟି ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ଯାହା ନିର୍ବାଚନରେ ସରକାର ବିଜୟୀ ହେଲେ ପୂରଣ କରିବେ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଜନସମାବେଶକୁ ଦେଖି ଉପସ୍ଥିତ ଜନତାଙ୍କ ସଂଖ୍ୟାରୁ ଡ. ଶର୍ମା ନିର୍ବାଚନରେ ନିଶ୍ଚିତ ଜିତୁଥିବା କହିଛନ୍ତି। ଅର୍ଚ୍ଚନା ଶର୍ମା ଗତ ୨୦ ବର୍ଷ ହେଲା ଲଗାତାର ପିସିସି ସହିତ ସମ୍ପୃକ୍ତ ହୋଇ ରହିଛନ୍ତି। ସେ ତାଙ୍କ କାମ ବିଶ୍ୱସ୍ଥତାର ସହ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣୁ ଜନତା ତାଙ୍କୁ ତୃୀତୟ ବାର ସୁଯୋଗ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଜନାତଙ୍କୁ ନିବେଦନ କରିଛନ୍ତି। ଗତ ଥର ନିର୍ବାଚନରେ ଅର୍ଚ୍ଚନା ଶର୍ମା ନିର୍ବାଚନରେ ହାରି ଯାଇଥିଲେ। ତେବେ ତାଙ୍କ ପରାଜୟର ଅନ୍ତର ବହୁତ କମ୍ ଥିଲା। ହେଲେ ଜନତା ଏଥର ତାଙ୍କୁ ନିଶ୍ଚିତ ଆଶିର୍ବାଦ କରିବେ ବୋଲି ଗେହଲୋଟ ଆଶା ପୋଷଣ କରିଛନ୍ତି।
{"id":871856,"sizeSlug":"full","linkDestination":"none"}ଏହା ପୂର୍ବରୁ ବିଜେପି ପକ୍ଷରୁ ଶନିବାର ରଜାସ୍ଥାନ ଭରତପୂର ଜନସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଥିଲେ। କହିଥିଲେ ଏଠାରେ କିଛି ଲୋକେ ନିଜକୁ ଜାଦୁକର ବୋଲି ଭାବନ୍ତି। ହେଲେ ଏଥର ନିର୍ବାଚନରେ ସେମାନଙ୍କୁ ଯାଦୁ ଚଳିବନି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ରାଜ୍ୟରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଉଛି ତାକୁ ପୂରଣ କରିବାକୁ ମନପ୍ରାଣ ଲଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଗ୍ୟାରେଣ୍ଟି ଦେଇଥିଲେ। ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଥିଲେ। ଏଣୁ ଏଥର ନିର୍ବାଚନରେ ରାଜ୍ୟରୁ କଂଗ୍ରେସ ଛୁ ମନ୍ତର ହେବ ବୋଲି ମଧ୍ୟ କହିଥିଲେ।
ଏହାର ଜବାବ ରବିବାର ମହେଶନଗର ଜନସମାବେଶରେ ଦେଇଛନ୍ତି ଗେହଲୋଟ। କହିଛନ୍ତି ସରକାର ରାଜ୍ୟବାସୀଙ୍କୁ ଯାହା ବି ପ୍ରତିଶ୍ରୁତି ଦେଇଛନ୍ତି ସବୁ ପୂରଣ କରିଛନ୍ତି। ଗତ ବଜେଟ୍ରେ ସରକାର ୧୦ଟି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଜୟପୁର ଆଜି ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇପାରିଥିବା ସେ କହିଛନ୍ତି। ଯାହା ଫଳରେ ପର୍ଯ୍ୟଟନରେ ଜୟପୁରକୁ ଏକ ନୂଆ ପରିଚୟ ମିଳିଛି ବୋଲି ଗେହଲୋଟ କହିଛନ୍ତି।
{"id":871857,"width":841,"height":473,"sizeSlug":"full","linkDestination":"none"}ଏହି ପ୍ରତିଶ୍ରୁତିରେ ଆମେ ଚିକିତ୍ସା ସୁବିଧା ନିମନ୍ତେ ରାଜ୍ୟବାସୀଙ୍କୁ ୨୫ ଲକ୍ଷ ଟଙ୍କାର ବୀମା ସୁବିଧା ଦେଇଛୁ ଯାହା ଦେଶର କେଉଁ ରାଜ୍ୟରେ ବି ନାହିଁ ବୋଲି କହିଛନ୍ତି। ସେହିପରି ଆମେ ୧୦୦ ୟୁନିଟି ବିଜୁଳି ଫ୍ରେ ଦେଇଛୁ ଫଳରେ ରାଜ୍ୟର ୧ କୋଟିରୁ ଅଧିକ ପରିବାରଙ୍କୁ ଏବେ ବିଜୁଳି ବିଲ୍ ଆସୁନଥିବା କହିଛନ୍ତି। ଏହା ପରେ ବି ଆମେ ଆଉ ୭ ଗ୍ୟାରେଣ୍ଟି ଦେଉଛୁ ଯାହା ନିର୍ବାଚନରେ ଦଳ ବିଜୟୀ ହେଲେ ପୂରଣ କରିବ ବୋଲି ଗେହଲୋଟ କହିଛନ୍ତି।
ଭରତପୁର ସଭାରେ ଗେହଲୋଟଙ୍କୁ ଟାର୍ଗେଟ୍ କଲେ ମୋଦି, କହିଲେ – ୩ ଡିସେମ୍ବରରେ କଂଗ୍ରେସ ଛୁ ମନ୍ତର..