scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ ନିର୍ବାଚନ ପରେ ବିରୋଧୀ ଏକତା ଅଭିଯାନକୁ ଜୋରଦାର କଲେ ନୀତୀଶ କୁମାର, ଦିଲ୍ଲୀରେ କେଜ୍ରିୱାଲଙ୍କୁ ଭେଟିଲେ

21/05/2023 at 1:09 PM

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ନୀତୀଶଙ୍କ ସହ ତେଜସ୍ୱୀ ଯାଦବ, ସଂସାଦ ମନୋଜ ଝା, ଲଲନ ସିଂ ଏବଂ ସଞ୍ଜୟ ସିଂ ଉପସ୍ଥିତ ରହିଛନ୍ତି । ନୀତୀଶ କୁମାର ଏହା ପୂର୍ବରୁ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ସାକ୍ଷାତ କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ନେତାଙ୍କୁ ଏକଜୁଟ୍ କରିବା ପ୍ରୟାସରେ ଥିବା ନୀତୀଶ କୁମାର ଶନିବାର କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପରେ ରବିବାର ଦିଲ୍ଲୀ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ ନୀତୀଶ କୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଭେଟିପାରନ୍ତି । ନୀତୀଶ କୁମାର ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି । ନୀତୀଶ କୁମାର ପୂର୍ବରୁ ମଧ୍ୟ ବିରୋଧୀ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବା ପାଇଁ ପରାମର୍ଶ ଦେଇସାରିଛନ୍ତି । ଏପଟେ ଅରବିନ୍ଦ କେଜ୍ରିୱାଲ ଖୁବଶୀଘ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ଯାଇ ଭେଟିପାରନ୍ତି ।

ତେବେ ନୀତୀଶ କୁମାର ଏବଂ କେଜ୍ରିୱାଲଙ୍କ ମଧ୍ୟରେ ଗତ ଏକ ମାସରେ ଏହା ଦ୍ୱିତୀୟ ସାକ୍ଷାତ ଅଟେ । ଏହା ପୂର୍ବରୁ ସେ ଏପ୍ରିଲ ୧୨ରେ କେଜ୍ରିୱଲାଙ୍କ ଘରେ ତାଙ୍କୁ ଭେଟିଥିଲେ । ଏହି ସମୟରେ ନୀତୀଶଙ୍କ ଉଦ୍ୟମକୁ କେଜ୍ରିୱାଲ ପ୍ରଶଂସା କରିବା ସହ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

   Related Posts