ବାପା-ମାଆଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହେଲେ CM କେଜରିୱାଲ, ସାମ୍ନାକୁ ଆସିଲା ଭିଡିଓ…

Published By : Prameya-News7 Bureau | May 11, 2024 IST

ମୁମ୍ଵାଇ ୧୧।୦୫: ଜୁନ୍ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଥିଲା। କେଜ୍ରିୱାଲ ଘରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମା’ ପୁଅର କପାଳରେ ତିଲକ ଲଗାଇଲେ, ଆରତୀ କରିଥିଲେ ଏବଂ ତାଙ୍କୁ ଫୁଲ ମାଳ ପିନ୍ଧାଇ ଥିଲେ । ପରେ ବାପା ତାଙ୍କ ପୁଅକୁ ଆଲିଙ୍ଗନ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ସାମ୍ନାକୁ ଆସିଛି।


ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅରବିନ୍ଦ କେଜ୍ରିୱାଲ ଯେତେବେଳେ ଘରେ ପହଞ୍ଚିଲେ। ପୁରା ପରିବାର ଘରର ଦ୍ୱାରରେ ଅପେକ୍ଷା କରିଥିଲେ। କେଜ୍ରିୱାଲ ଘରେ ପ୍ରବେଶ କରିବା ମାତ୍ରେ ସେ ପ୍ରଥମେ ତାଙ୍କ ମା’ଙ୍କ ପାଦ ଛୁଇଁ ଏ ତାଙ୍କୁ ଆଲିଙ୍ଗନ କଲେ। ଏହା ପରେ, ମା ପୁଅର କପାଳରେ ତିଲକ ଲଗାଇ ଆଳତୀ କରିଥିଲେ । ଏହା ପରେ କେଜ୍ରିୱାଲ ତାଙ୍କ ପିତାଙ୍କୁ ଭେଟି ଭାବପ୍ରବଣ ହୋଇ ପୁଅକୁ ଆଲିଙ୍ଗନ କରନ୍ତି। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ କେଜ୍ରିୱାଲ ତିହାର ଜେଲରୁ ବାହାରିଥିଲେ। ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ବାହାରକୁ ଆସିବା ପରେ ତାଙ୍କୁ ଧୁମ୍‌ଧାମରେ ସ୍ୱାଗତ କରିଥିଲେ। କେଜ୍ରିୱାଲଙ୍କ ଘର ବାହାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଲୋକମାନେ ତାଙ୍କୁ ଜେଲରୁ ମୁକ୍ତ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ।

କେଜ୍ରିୱାଲ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ, 'ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଶୀଘ୍ର ବାହାରକୁ ଆସିବି। ମୋତେ ମଧ୍ୟବର୍ତ୍ତୀକାଳୀନ ଜାମିନ ଏବଂ ସୁପ୍ରିମକୋର୍ଟର ବିଚାରପତି  କୋଟି କୋଟି ଲୋକ  ଆର୍ଶୀବାଦ ଦେଇଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ପ୍ରାୟ ୫୦ ଦିନ ନ୍ୟାୟିକ ହେପାଜତରେ ରହିବା ପରେ କେଜ୍ରିୱାଲଙ୍କୁ ମୁକ୍ତ କରାଯାଇଥିଲା। ତାଙ୍କୁ ସ୍ୱାଗତ କରିବା ପାଇଁ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଝିଅ, କ୍ୟାବିନେଟ ସହକର୍ମୀ ଅତିଶୀ, ସୌରଭ ଭରଦ୍ୱାଜ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ସମେତ ବହୁ ବରିଷ୍ଠ AAP ନେତା ଜେଲ ବାହାରେ ଉପସ୍ଥିତ ଥିଲେ। ମାର୍ଚ୍ଚ ୨୧ ରେ କେଜ୍ରିୱାଲଙ୍କୁ ଏକ୍ସାଇଜ୍ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.