କାଲୁଆ କଲା କୋହଲା ପାଗ; ରାଜ୍ୟରେ ୧୦ ଡିଗ୍ରୀ ତଳେ ଦୁଇ ଜିଲ୍ଲା, ଆହୁରି ବଢ଼ିବ ଶୀତ

Published By : Prameya-News7 Bureau | November 30, 2024 IST

ଭୁବନେଶ୍ୱର,୩୦/୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁ ରାଜ୍ୟରେ କୋହଲା ପାଗ ଜାରି । ଶନିବାର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷାର  ସମ୍ଭାବନା ରହିଛି । କୋହଲା ପାଗ ଯୋଗୁ ରାଜ୍ୟରେ ଶୀତର  ପ୍ରକୋପ ବଢ଼ିଛି । ସେପଟେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନ କହୁଡ଼ି ଆଶଙ୍କା ଦେଖାଦେଇଛି । 

ଶୁକ୍ରବାର ରାଜ୍ୟର ବିଭିନ୍ନ  ସ୍ଥାନରେ ପାରଦ ତଳକୁ ଖସିଛି । ୨ ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ  ୧୩.୫, ସୁନ୍ଦରଗଡ଼ ୧୨.୫, ବୌଦ୍ଧ  ୧୨.୫, ଭୁବନେଶ୍ୱରରେ ୨୧.୫ ଡିଗ୍ରୀ   ରହିଛି । ଭୁବନେଶ୍ୱର ସମେତ କିଛି ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.