Qualifier 1 GT Vs RR IPL 2022: କୋଲକାତାରେ ଛାଇଲା ବାଦଲ ! ଯଦି ଗୋଟିଏ ବି ବଲ୍ ନପଡେ ତେବେ କାହାକୁ ମିଳିବ ଫାଇନାଲ୍‌ର ଟିକେଟ୍ ?

Published By : Prameya-News7 Bureau | May 24, 2022 IST

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ର ପ୍ରଥମ କ୍ଵାଲିଫାୟାର ମଙ୍ଗଳବାର ଖେଳାଯିବ। ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯିବ। ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର। କୋଲକାତାରେ ମଙ୍ଗଳବାର ଝିପି ଝିପି ବର୍ଷା ଜାରି ରହିଛି। ସହରରେ ଆକାଶ ସଂପୂର୍ଣ୍ଣ ମେଘାଚ୍ଛନ୍ନ ରହିଛି। ଏମିତିରେ କ୍ଵାଲିଫାୟର ମ୍ୟାଚ୍ ଉପରେ ଏହାର ପ୍ରଭାବ ପଡିପାରେ। ଯଦି କ୍ଵାଲିଫାୟର-୧ରେ ଗୋଟିଏ ବି ବଲ୍ ଖେଳ ନହୁଏ ତେବେ ଫାଇନାଲ୍‌ରେ କେଉଁ ଦଳ ପ୍ରବେଶ କରିବ।

ରାଜସ୍ଥାନ ରୟାଲ୍ସ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ କୋଲକାତାରେ ଆକାଶ ସଂପୂର୍ଣ୍ଣ ମେଘାଚ୍ଛନ୍ନ ରହିବା ସହ ଝିପି ଝିପି ବର୍ଷା ହେଉଛି। ଏହା ଅପରାହ୍ନ ୧ଟା ୪୦ର ଦୃଶ୍ୟ ହୋଇଥିବା ଉକ୍ତ ଭିଡିଓ ପୋଷ୍ଟରେ ଲେଖା ହୋଇଛି।

wp:html /wp:html

କ୍ଵାଲିଫାୟର-୧ରେ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ଦଳ  ମୁହାଁମୁହିଁ ହୋଇଥାନ୍ତି। ସେହି ଅନୁସାରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। କ୍ଵାଲିଫାୟର-୧ରେ ବିଜୟୀ ଦଳ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିବ ଏବଂ  ପରାଜିତ ଦଳ ଦ୍ଵିତୀୟ କ୍ଵାଲିଫାୟର ମୁକାବିଲାରେ ଏଲିମିନେଟରର ବିଜେତା ଦଳକୁ ଭେଟିବ।

ଯଦି ବର୍ଷା କାରଣରୁ ଆଜି ଗୋଟିଏ ବି ବଲ୍ ନ ପଡେ ତେବେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ। ଅର୍ଥାତ ଗୁଜରାଟ ଦଳ ଫାଇନାଲ୍‌ରେ ପହଞ୍ଚିବ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ କ୍ଵାଲିଫାୟର-୨ରେ ଏଲିମିନେଟରର ବିଜେତା ସହ ମୁକାବିଲା କରିବ।

ଯଦି ବର୍ଷା କାରଣରୁ ପୂରା ମ୍ୟାଚ୍ ଖେଳ ସମ୍ଭବ ନହୁଏ ତେବେ ସୁପର ଓଭର ଜରିଆରେ ମ୍ୟାଚ୍‌ର ଫଳାଫଳ ବାହାର କରାଯାଇପାରେ। ଯଦି ସୁପର ଓଭର ଟାଇ ରହେ ତେବେ ଆଉ ଏକ ସୁପର ଓଭର ଖେଳାଯିବ। ହେଲେ ସବୁଠୁ ବଡ ଆଶ୍ଵସ୍ତିକର କଥା ଯଦିଓ ବର୍ଷା ହୁଏ ତେବେ କୋଲକାତାର ଇଡେନ ଗାର୍ଡେନ୍ସରେ ଏତେ ଉନ୍ନତ ସୁବିଧା  ରହିଛି ଯେ, ଅଧା ଘଣ୍ଟା ଭିତରେ ପଡିଆକୁ ଖେଳ ପାଇଁ ପ୍ରସ୍ତୁତ କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.