କେମିତି ହୁଏ ବାଦଲ ଫଟା ବର୍ଷା? ଫଟୋ ଗ୍ରାଫର କ୍ୟାମେରାରେ ତୋଳିଛନ୍ତି ଚିତ୍ର, ଦେଖନ୍ତୁ Video

Published By : Prameya-News7 Bureau | July 29, 2023 IST

ନୂଆଦିଲ୍ଲୀ ୨୯।୭: ଭାରତରେ ଏବେ ବର୍ଷା ଋତୁ। ମୌସୁମୀ ଆଗମନ ପରଠାରୁ ଦେଶର କେତେକ ଅଞ୍ଚଳରେ ଭୀଷଣ ବର୍ଷା ଲାଗି ରହିଛି। ଭୀଷଣ ବର୍ଷା ଯୋଗୁ କେତେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ବର୍ଷା ଋତୁରେ ଅନେକବାର ପ୍ରକୃତିର ଭୟାନକ ରୂପେ ଦେଖିବାକୁ ମିଳିଥାଏ। କାରଣ ଏହି ଋତୁରେ ବଜ୍ରପାତ ଓ ବାଦଲ ଫାଟିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ। ଏପରି ଏକ ବିରଳ ପ୍ରାକୃତିକ ଘଟଣାକୁ ଜଣେ ଫଟୋଗ୍ରାଫର ତାଙ୍କ କ୍ୟାମେରାରେ ସୁଟିଂ କରିଥିଲେ। ଯାହା ସୋସିଆଲ ମିଡିଆରେ ଉପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି।

{"id":823785,"width":840,"height":773,"sizeSlug":"full","linkDestination":"none"}

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଏକ ହ୍ରଦ ଦେଖାଯାଉଛି। ଏହି ସମୟରେ ହ୍ରଦ ଉପରକୁ ବାଦଲ ଆସୁଛି ଓ ଅଚାନକ ଫାଟି ପଡୁଛି। ଭିଡିଓରେ ଦେଖାଯାଇପାରେ ବାଦଲ ଫାଟିବା ମାତ୍ରେ ସେଥିରୁ ଅଚାନକ ଜଳସ୍ରୋତ ଛୁଟୁଛି। ଏହି ଭିଡିଓଟି ଅଷ୍ଟ୍ରିଆର ବୋଲି କୁହାଯାଉଛି। ଭିଡିଓରେ ଦେଖାଯାଉଥିବା ହ୍ରଦ ଲେକ୍ ମିଲଷ୍ଟେଟ୍। ପ୍ରକୃତିର ଏହି ଅଜବ ପ୍ରକ୍ରିୟାକୁ ଫଟୋଗ୍ରାଫର ପିଟର ମାୟର ତାଙ୍କ କ୍ୟାମେରାରେ କ୍ୟାପଚର କରିଛନ୍ତି।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ପାଣିରେ ବହୁତ ଶକ୍ତି ଥାଏ। ଯେତେବେଳେ ପାଣି ପୁରା ବେଗରେ ବହିବାରେ ଲାଗେ ସେତେବେଳେ ତା ରାସ୍ତାରେ ଆସୁଥିବା ସବୁ କିଛି ବୁହାଇ ନେଇଯାଏ। ଏଥିରେ ବାଦଲ ଫାଟିଲେ ସେଥିରୁ ପାଣିର ସ୍ରୋତ ବାହାରିଥାଏ ଓ ନିମିଷେକରେ ପ୍ରଳୟ ରଚିଥାଏ। ଉଲ୍ଲେଖଯୋଗ୍ୟ ଯେ ଭାରତର ହିମାଚଳ ପ୍ରଦେଶରେ ଅନେକବାର ବାଦଲ ଫାଟିବା ଘଟଣା ଘଟିଛି। ଏବେ ମାସକ ପୂର୍ବରୁ ମଣ୍ଡିରେ ବାଦଲ ଫାଟିଥିଲା। ସେତବେଳେ ଏହି ଭୟାବହ ପ୍ରାକୃତିକ ବିପର୍ଯ୍ୟୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏହି ଭିଡିଓରୁ ବାଦଲ ଫାଟିବାରୁ କିପରି ପ୍ରଳୟ ଆସିଥିଲା ତାହା ଦେଖାଯାଇଥିଲା।

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୮ ମୃତ, ୧୨ ଗୁରୁତର, ପ୍ରଭାବରେ ଭୁଶୁଡ଼ିଲା ହୋଟେଲ୍‌, ଭାଙ୍ଗିଲା ଘର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.