ଅମରନାଥ ଯାତ୍ରାରେ ବାଦଲଫଟା ବର୍ଷା, ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଫଶି ରହିଛନ୍ତି ଶହଶହ ଯାତ୍ରୀ

Published By : Prameya-News7 Bureau | July 08, 2022 IST

ବାଲଟୋଲ ୮।୭: ଅମରନାଥ ଯାତ୍ରାରେ ଦାଉସାଧିଲା ପ୍ରକୃତି। ପବିତ୍ର ଗୁମ୍ଫା ନିକଟରେ ଶୁକ୍ରବାର ବାଦଲଫଟା ବର୍ଷା ହୋଇଛି। ଫଳରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ ତୀର୍ଥ ଯାତ୍ରୀ ଫଶି ଯାଇଛନ୍ତି। ଘଟଣାସ୍ଥଳକୁ ରିଲିଫ ଓ ଉଦ୍ଧାରକାରୀଦଳ ପହଞ୍ଚି ଥିବା ବେଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସେନା, ପୋଲିସ, ଆଇଟିବିପି, ଏନଡିଆରଏଫ ଓ ଏସଆରଟିପି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

{"id":653542,"sizeSlug":"full","linkDestination":"none"}

ବର୍ଷା ଓ ବନ୍ୟାରେ ଆହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ଓ ରିଲିଫ କେନ୍ଦ୍ର ପହଞ୍ଚା ଯାଉଛି। ଏହା ପୂର୍ବରୁ ୨୦୧୮ ମସିହା ଅମରନାଥ ଯାତ୍ରାବେଳେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ତେବେ କାଶ୍ମୀର ରେଞ୍ଜ ଆଇଜି ବିଜୟ କୁମାର ଶୁକ୍ରବାରର ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ସୂଚନା ମିଳୁଥିବା କହିଛନ୍ତି।  ସୂଚନା ଅନୁସାରେ କିଛି ତମ୍ବୁ ଓ ଲଙ୍ଗର ବନ୍ୟାରେ ଭାସିଯାଇଛି।

wp:html /wp:html

ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଅଚାନକ ବାଦଫଟା ବର୍ଷା ହୋଇଥିଲା। ଅଚାନକ ନଦୀ ଭଳି ପାଣି ବୋହି ଆସିବା ଯୋଗୁ ଶ୍ରଦ୍ଧାଳୁଙ୍କ କ୍ୟାମ୍ପରେ ଦଉଡା ଧାପଡା ହୋଇଥିଲା। ବାଦଲଫଟା ବର୍ଷା ପରେ ଯାତ୍ରା ରୋକି ଦିଆଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ସଂଖ୍ୟାରେ ତମ୍ବୁ ପ୍ରଭାବିତ ହୋଇଛି। ଆଇଟିବିପି ଘଟଣାସ୍ଥଳରେ ପହଞ୍ଚି ଯାଇଥିବା ବେଳେ ଭୀଷଣ କ୍ଷୟକ୍ଷତିର ଅନୁମାନ କରାଯାଉଛି। ଆହତଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଉଛି। ଘଟଣାସ୍ଥଳରେ ଶହଶହ ଲୋକେ ଫଶି ରହିଥିବା କୁହାଯାଉଛି। ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.