ମୁହଁରେ କପଡା ବାନ୍ଧି ବୁଲୁଛନ୍ତି ଲୁଟେରା

Published By : Prameya-News7 Bureau | August 09, 2018 IST

କିଏ ଟାଣ ଖରାରୁ ସୁରକ୍ଷା ପାଇଁ ମୁହଁରେ କପଡ଼ା ବାନ୍ଧି ବାହାରକୁ ବାହାରୁଛି ତ ଆଉ କିଏ ଧୂଳି, ଧୂଆଁକୁ ଡ଼ରି ମୁହଁ ଢାଙ୍କୁଛି କପଡ଼ାରେ । ତେବେ ମୁହଁକୁ ଏମିତି ଘୋଡ଼ାଇ ଆସି ଲୁଟ୍ କରୁଛନ୍ତି ଅନେକ । ହେଲେ ବାଲେଶ୍ବର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଚାଲନ୍ତୁ ଦେଖିବା ଆମର ଏଇ ରିପୋର୍ଟ । କପଡ଼ାରେ ମୁହଁ ଘୋଡ଼ାଇଥିବା ଯୁବକ ଯବୁତୀଙ୍କ ଦେଖିଲେ ବାଲେଶ୍ବର ସହରବାସୀ ଭୟ କରିବା ଆରମ୍ଭ କଲେଣି । ଦେଖନ୍ତୁ ଜଣେ ଯୁବତୀ ମୁହଁରେ କପଡ଼ା ବାନ୍ଧି ଆସି ସିନେମା ଛକରେ ଥିବା ଆନନ୍ଦରେ ଜୁଏଲାରୀରେ ସୁନା ଗହଣା ଦେଖିଲେ ।ମଉକା ଦେଖି ୩ଟି କାନ ଫୁଲ ଧରି ଛୁ ମାରିଲେ । ଲୁଟେରାଙ୍କ ଟାର୍ଗେଟ୍ରେ ମର୍ଣ୍ଣିଂ ୱାକରେ ଯାଉଥିବା ଏବଂ ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ଆଣିବାକୁ ଯାଉଥିବା ମହିଳା । ଏଇ ନିକଟରେ ସାଗରୀକା ଦାସ ନାମକ ଜଣେ ମହିଳା ପିଲାଙ୍କୁ ଧରି ସ୍କୁଲରୁ ଫେରୁଥିଲେ । ଦିନ ୧୨ଟା ବେଳେ ଶାନ୍ତି କାନନ ଠାରେ ପଛପଟୁ ୨ ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ବାଇକ୍ରେ ଆସି ମହିଳାଙ୍କ ଚେନ୍ ଝାମ୍ପିନେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.