ନିବେଶକଙ୍କ ୭ ଲକ୍ଷ କୋଟି ସ୍ୱାହା, ୫୨୩ ଅଙ୍କ କମିଲା ସେନସେକ୍ସ, ୨୧୬୧୬ ସ୍ତରରେ ବନ୍ଦ ହେଲା ନିଫ୍ଟି

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ବୈଶ୍ୱିକ ବଜାରର ମିଶ୍ରିତ ପରିଣାମ ମଧ୍ୟରେ ସପ୍ତାହର ପ୍ରଥମ କାରବାର ଦିନରେ ଘରୋଇ ବଜାର ଧରାଶାୟୀ ହୋଇଛି । ଇଣ୍ଟ୍ରା-ଡେରେ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ବିଏସଇ ସେନସେକ୍ସ ଏବଂ ନିଫ୍ଟି ୫୦ ଏକ ପ୍ରତିଶତରୁ ଅଧିକ ତଳକୁ ଖସିଥିଲା । ବ୍ରଡର ମାର୍କେଟରେ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ ସେୟାର ମଧ୍ୟ ବେଶ ଚାପରେ ରହିଥିଲା । ଆଇଟି ଏବଂ ଫାର୍ମା ସେୟାର କିଛି ସମୟ ଯାଏ ମାର୍କେଟକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ କିନ୍ତୁ ସଫଳ ହୋଇପାରି ନଥିଲେ । ସବୁଆଡ଼େ ବିକ୍ରିର ଚାପରେ ଆଜି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ୭.୫୧ ଲକ୍ଷ କୋଟି ଟଙ୍କା କମିଛି ।

ଦିନର କାରବାର ଶେଷରେ ନିଫ୍ଟି ପ୍ରାୟ ୧୬୬.୪୫ ପଏଣ୍ଟ ବା ୦.୭୬ ପ୍ରତିଶତ କମି ୨୧୬୧୬.୦୫ ଏବଂ ସେନସେକ୍ସ ୫୨୩ ଅଙ୍କ ବା ୦.୭୩ ପ୍ରତିଶତ କମି ୭୧୦୭୨.୪୯ ସ୍ତରରେ ବନ୍ଦ ହୋଇଛି । ନିଫ୍ଟିର କେବଳ ଆଇଟି ଏବଂ ଫାର୍ମା ସୂଚକାଙ୍କରେ ବୃଦ୍ଧି ଦେଖିବାକୁ ମିଳିଛି । ନିଫ୍ଟି ବ୍ୟାଙ୍କ୍ ୧.୬୫ ପ୍ରତିଶତ କମିଛି ।

ପଢନ୍ତୁ: ସ୍ପାଇସଜେଟ୍ କରିବ ବଡ଼ ଛଟେଇ ! ୧୪୦୦ କର୍ମଚାରୀଙ୍କୁ ବିଦା କରିବ କମ୍ପାନି

ଗୋଟିଏ କରାବାର ଦିନ ପୂର୍ବେ ଅର୍ଥାତ୍ ଫେବ୍ରୁଆରୀ ୯ରେ ବିଏସଇରେ ସୂଚୀବଦ୍ଧ ସମସ୍ତ ସେୟାରର ମୋଟ ମାର୍କେଟ୍ କ୍ୟାପ୍ ୩୮୬.୩୬ ଲକ୍ଷ କୋଟି ଟଙ୍କା ଥିଲା । ଯାହା ଆଜି ଫେବ୍ରୁଆରୀ ୧୨ରେ କମ ହୋଇ ୩୭୮.୮୫ ଲକ୍ଷ କୋଟି ଟଙ୍କା ହୋଇଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କୁ ୭.୫୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.