Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସୁଧ ହାର ବୃଦ୍ଧି ଆଶଂକାରେ ୫୪୦ ଅଙ୍କ ଖସିଲା ସେନସେକ୍ସ, ନିବେଶକଙ୍କ ବୁଡିଲା ୨ ଲକ୍ଷ କୋଟି ଟଙ୍କା

9/03/2023 at 7:37 PM

ନୂଆଦିଲ୍ଲୀ: ବିଶ୍ୱ ବଜାରର ନକାରାତ୍ମକ ସଂକେତ ମଧ୍ୟରେ ଘରୋଇ ସେୟାର ବଜାର ଗୁରୁବାର ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୫୪୨ ଅଙ୍କ କମିଥିବା ବେଳେ ନିଫ୍ଟି ୧୬୫ ଅଙ୍କ ହୋଇ ୧୭,୬୦୦ ତଳେ ବନ୍ଦ ହୋଇଛି । ବିଏସଇର ମିଡ୍ କ୍ୟାପ ସୂଚକାଙ୍କ ୦.୫୫ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ୦.୨ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି ।

ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୪୧.୮୧ ଅଙ୍କ ଅର୍ଥାତ୍ ୦.୯୦ ପ୍ରତିଶତ କମି ୫୯,୮୦୬.୨୮ ଅଙ୍କରେ ବନ୍ଦ ହୋଇଛି । କାରବାର ସମୟରେ ସେନସେକ୍ସ ୬୦,୪୬୭.୦୯ ସ୍ତର ମଧ୍ୟ ଛୁଇଁଥିଲା । ଏହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୬୪.୮୦ ଅଙ୍କ ଅର୍ଥାତ୍ ୦.୯୩ ପ୍ରତିଶତ କମିଛି । କାରବାର ଶେଷରେ ନିଫ୍ଟି ୧୭,୫୮୯.୬୦ରେ ବନ୍ଦ ହୋଇଛି ।

ବିଏସଇର ତାଲିକାଭୁକ୍ତ କମ୍ପାନି ଗୁଡିକର ମୋଟ ବଜାର ପୁଞ୍ଜି ଗୁରୁବାର ହ୍ରାସ ହୋଇ ୨୬୪.୨୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନରେ ଏହା ୨୬୬.୨୪ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇର ସୂଚୀବଦ୍ଧ କମ୍ପାନି ଗୁଡିକର ବଜାର ପୁଞ୍ଜି ପ୍ରାୟ ୧.୯୭ ଲକ୍ଷ କୋଟି ଟଙ୍କା କମ ହୋଇଛି ।

ଆଜିର କାରବାରରେ ଏଫଏମଜିସି, ରୟଲ୍ଟି, ଅଟୋ ଏବଂ ଆଇଟିର ସେୟାରରେ ହ୍ରାସ ରେକର୍ଡ କରାଯାଇଛି । ସେନସେକ୍ସର ସେୟାର ଗୁଡିକ ମଧ୍ୟରୁ ୭ଟି ସବୁଜ ସଂକେତର ବନ୍ଦ ହୋଇଛି । ଟାଟା ଷ୍ଟିଲ୍, ଲାର୍ସନ ଏବଂ ଟ୍ରୁବୋ, ଭାରତୀ ଏୟାରଟେଲ୍, ଆକ୍ସିସ ବ୍ୟାଙ୍କ ଏବଂ ଏନଟିପିସି ସେନସେକ୍ସର ସବୁଠୁ ଅଧିକ ଲାଭରେ ରହିଛନ୍ତି ।

ଅନ୍ୟପଟେ ସେନସେକ୍ସର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ରିଲାଏନ୍ସ, ବଜାଜ ଫିନସର୍ଭ, ଆଇସିଆଇସିଆଇ ଏବଂ ମୁରତିର ସେୟାର ସବୁଠୁ ଅଧିକ ହ୍ରାସ ସହ ବନ୍ଦ ହୋଇଛି ।

   Related Posts