ପୁଞ୍ଜି ବଜାରରେ ହାହାକାର, ଗୋଟିଏ ଦିନରେ ନିବେଶକଙ୍କୁ ୧.୬ ଲକ୍ଷ କୋଟି ଟଙ୍କାର କ୍ଷତି

Published By : Prameya-News7 Bureau | March 10, 2023 IST

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଦୁର୍ବଳ ସଂକେତ ଏବଂ ଆଇଟି-ଟେକ୍ ସେୟାରର ବିକ୍ରି ମଧ୍ୟରେ ଘରୋଇ ପୁଞ୍ଜି ବଜାରରେ ଶୁକ୍ରବାର ବଡ଼ ହ୍ରାସ ଦେଖାଦେଇଛି । ସପ୍ତାହର ଶେଷ କାରବାର ଦିନରେ ସେନସେକ୍ସ ୬୭୧ ଅଙ୍କ କମ ସହ ବନ୍ଦ ହୋଇଛି । ସେହିପରି ନିଫ୍ଟି ୧୭,୪୧୨ ସ୍ତରରେ ବନ୍ଦ ହୋଇଛି । ଆଜିର କାରବାର ବେଳେ ସବୁଠୁ ଅଧିକ ବିକ୍ରି ଫାଇନାନସିୟଲ ସର୍ଭିସେଜ, ବ୍ୟାଙ୍କିଂ, କ୍ୟାପିଟାଲ ଗୁଡ୍ସ, ଆଇଟି ଏବଂ ରିୟଲ୍ଟିରେ ସେୟାରରେ ଦେଖିବାକୁ ମିଳିଛି । ସେହିପରି ପାୱାର ଏବଂ ୟୁଟିଲିଟି ସେୟାରର ସୂଚକାଙ୍କ ଆଜି ସବୁଜ ସଂକେତର ବନ୍ଦ ହୋଇଛି । ବିଏସଇର ମିଡ୍ କ୍ୟାପ ଆଣ୍ଡ ସ୍ମଲ କ୍ୟାପ୍ ଯଥାକ୍ରମେ ୦.୬୬ ପ୍ରତିଶତ ଏବଂ ୦.୫୭ ପ୍ରତିଶତ ହ୍ରାସ ଦେଖାଦେଇଛି । ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକଙ୍କୁ ଆଜି ୧.୬୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୬୭୧.୧୫ ଅଙ୍କ ଅର୍ଥାତ୍ ୧.୧୨ ପ୍ରତିଶତ ହ୍ରାସ ହୋଇ ୫୯,୧୩୫.୧୩ ଅଙ୍କରେ ବନ୍ଦ ହୋଇଛି । ସେହିପରି ଏନଏସଇର ନିଫ୍ଟି ୧୭୬.୭୦ ଅଙ୍କ  ଅର୍ଥାତ୍ ୧୭,୪୧୨.୯୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ମାର୍ଚ୍ଚ ୧୦ରେ ହ୍ରାସ ହୋଇ ୨୬୨.୭୦ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କରାବାର ଦିନ ଅର୍ଥାତ୍ ଗୁରୁବାର ଏହା ୨୬୪.୩୦ ଲକ୍ଷ କୋଟି ଟଙ୍କା ରହିଥିଲା । ଏପରି ବିଏସଇରେ ଲିଷ୍ଟେଡ୍ କମ୍ପାନି ଗୁଡିକର ମାର୍କେଟ୍ କ୍ୟାପ୍ ଆଜି ୧.୬ ଲକ୍ଷ କୋଟି ଟଙ୍କା କମିଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କା କମ ହୋଇଛି ।

ସେନସେକ୍ସର ୩୦ ସେୟାର ମଧ୍ୟରୁ କେବଳ ୯ଟି ସେୟାର ଲାଭ ସହ ବନ୍ଦ ହୋଇଛି । ଏଥିରେ ଟାଟା ମୋଟର୍ସରେ ସେୟାର ସବୁଠୁ ଅଧିକ ୦.୯୫ ପ୍ରତିଶତ ବୃଦ୍ଧି ଘଟିଛି । ଏହାପରେ ଏନଟିପିସି, ମାରୁତି ସୁଜୁକି, ପାୱର ଗ୍ରୀଡ, ସନ ଫାର୍ମାର ସେୟାରରେ ବୃଦ୍ଧି ହୋଇଛି । ୨୧ ସେୟାର ହ୍ରାସ ସହ ବନ୍ଦ ହୋଇଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.