LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୀର୍ଘ ଦିନ ପରେ ସେୟାର ମାର୍କେଟରେ ଦୀପାବଳି, ୧୦୦୦ ଅଙ୍କ ଟପିଲା ସେନସେକ୍ସ, ୩.୪୨ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

31/03/2023 at 4:51 PM

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମଜଭୁତ ସଂକେତ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରି ଦାମୀ ସେୟାର ଅଧିକ କିଣା ହେବା ଫଳରେ ଭାରତୀୟ ସେୟାର ବଜାର ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନରେ ବୃଦ୍ଧି ସହ ବନ୍ଦ ହୋଇଛି । ସେନସେକ୍ସ ୧୦୩୧ ଅଙ୍କ ବଢିଥିବା ବେଳେ ନିଫ୍ଟି ୩୦୦ ଅଙ୍କ ବୃଦ୍ଧି ପାଇ ୧୭,୩୫୦ ସ୍ତରରେ ବନ୍ଦ ହୋଇଛି । ବ୍ରଡର ମାର୍କେଟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ବିଏସଇର ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ ସୂଚକାଙ୍କ ଯଥାକ୍ରମେ ୦.୯୬ ପ୍ରତିଶତ ଏବଂ ୧.୩୫ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି ।

ଆଜିର କାରବାରରେ ସବୁଠୁ ଅଧିକ ବୃଦ୍ଧି ଆଇଟି, ଟେକ୍, ବ୍ୟାଙ୍କିଂ, ଫାଇନାନସିଆଲ୍ ସର୍ଭିସେସ୍, ଏନର୍ଜି, ତୈଳ ଏବଂ ଗ୍ୟାସ୍, ରିୟଲ୍ଟି ଏବଂ ଟେଲିକମ୍ୟୁନିକେସନ ସେୟାରରେ ଦେଖିବାକୁ ମିଳିଛି । ବଜାରରେ ଆଜିର ବୃଦ୍ଧି ଯୋଗୁଁ ନିବେଶକଙ୍କ ସମ୍ପତ୍ତିରେ ଗୋଟିଏ ଦିନରେ ପ୍ରାୟ ୩.୪୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି ।

ଶୁକ୍ରବାର କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୧୦୩୧.୪୩ ଅଙ୍କ ଅର୍ଥାତ୍ ୧.୭୮ ପ୍ରତିଶତ ବଢି ୫୮.୯୯୧.୫୨ ଅଙ୍କରେ ବନ୍ଦ ହୋଇଛି । ସେହିପରି ଏନଏସଇର ନିଫ୍ଟି ୨୭୯.୦୫ ଅଙ୍କ ବା ୧୭,୩୫୯.୭୫ ଅଙ୍କରେ ବନ୍ଦ ହୋଇଛି ।

ବିଏସଇରି ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି ମାର୍ଚ୍ଚ ୩୧ରେ ବଢି ୨୫୮.୧୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନର ଏହା ୨୫୪.୭୧ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ୩.୪୨ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ଆଜି ୩.୪୨ ଲକ୍ଷ କୋଟି ଟଙ୍କା ବଢିଛି ।

   Related Posts