LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତିନି ଦିନ ଧରି ଜାରି ବୃଦ୍ଧିରେ ଲାଗିଲା ବ୍ରେକ୍, ସେନସେକ୍ସ ୨୦୮ ଅଙ୍କ ଖସିଲା, ୧୮,୩୦୦ ତଳେ ନିଫ୍ଟି

24/05/2023 at 5:55 PM

ନୂଆଦିଲ୍ଲୀ: ବିଶ୍ୱରେ ମିଶ୍ରିତ ସଂକେତ ମଧ୍ୟରେ ଭାରତୀୟ ଘରୋଇ ସେୟାର ବଜାରରେ ବୁଧବାର କମ ଉତ୍ସାହ ଦେଖିବାକୁ ମିଳିଥିଲା । ସପ୍ତାହର ପ୍ରଥମ ଦିନରେ ବୃଦ୍ଧି ଦେଖିଥିବା ସେନସେକ୍ସ ବୁଧବାର ୨୦୮ ଅଙ୍କ ତଳକୁ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୮,୩୦୦ ତଳେ ବନ୍ଦ ରହିଛି । ବୁଧବାର ଫାର୍ମା ସେକ୍ଟରର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା କିନ୍ତୁ ଫାଇନାନ୍ସ ଏବଂ ମେଟାଲ ସେକ୍ଚରରେ ହ୍ରାସ ଦେଖିବାକୁ ମିଳିଛି ।

ଘରୋଇ ପୁଞ୍ଜି ବଜାରରେ ବୁଧବାର ବୃଦ୍ଧି ଏବଂ ହ୍ରାସ ଦେଖିବାକୁ ମିଳିଥିଲା । ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୨୦୮.୦୧ ଅଙ୍କ ବା ୦.୩୪ ପ୍ରତିଶତ ହ୍ରାସ ସହ ୬୧,୭୭୩.୭୮ ସ୍ତରରେ ବନ୍ଦ ହୋଇଛି । ସେହିପରି ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟିରେ ୬୨.୬୦ ବା ୦.୩୪ ପ୍ରତିଶତ ସାମାନ୍ୟ ହ୍ରାସ ସହ ୧୮,୨୨୫.୪୦ ସ୍ତରରେ ବନ୍ଦ ହୋଇଛି । ସେନସେକ୍ସର ୧୨ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଥିବା ବେଳେ ୧୮ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ବୁଧବାର ସବୁଠୁ ଅଧିକ ଲାଭ କରିଥିବା ସେୟାର ମଧ୍ୟରେ ସୁଦର୍ଶନ କେମିକଲ୍ସର ସେୟାର ରହିଛି । ଏହି ସେୟାରରେ ୧୧.୮୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ରିୟଲ ଇଷ୍ଟେଟ ସେକ୍ଟରରେ ଇଣ୍ଡିଆ ବୁଲ୍ସ ରିୟଲ ଇଷ୍ଟେଟର ସେୟାର ୮.୬୪ ପ୍ରତିଶତ ମଜଭୁତି ସହ ବନ୍ଦ ହୋଇଛି । ସେହିପରି ସନ ଫାର୍ମା, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆଇଟିସି, ଟାଇଟନର ସେୟାରରେ ୧ ପ୍ରତିଶତକୁ ଅଧିତ ମଜଭୁତି ଦେଖିବାକୁ ମିଳିଛି ।

ଆଜି ସବୁଠୁ ଅଧିକ କ୍ଷତି ସହିଥିବା ସେୟାରଙ୍କ ସୂଚୀରେ ଆଦାନୀ ଏଣ୍ଟରପ୍ରାଇଜେସର ସେୟାର ରହିଛି । ଗତ ଦୁଇ ଦିନରୁ ଲଗାତାର ନିବେଶକଙ୍କୁ ମାଲାମାଲ କରୁଥିବା ଏହି ସେୟାର ୬ ପ୍ରତିଶତ ତଳକୁ ଖସିଛି । ଅନ୍ୟପଟେ ଟାଟା ମୋଟର୍ସ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସିର ସେୟାର ମୂଲ୍ୟରେ ୨ ପ୍ରତିଶତକୁ କମ ହ୍ରାସ ରେକର୍ଡ କରାଯାଇଛି ।

   Related Posts