LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିବେଶକଙ୍କୁ ପୁଣି କନ୍ଦାଇଲା ସେୟାର ବଜାର, ଗୋଟିଏ ଦିନରେ ବୁଡିଲା ୨ ଲକ୍ଷ କୋଟି ଟଙ୍କା, ୩୬୦ ଅଙ୍କ ଖସିଲା ସେନସେକ୍ସ

20/03/2023 at 7:36 PM

ନୂଆଦିଲ୍ଲୀ: ଘରୋଇ ପୁଞ୍ଜି ବଜାର ସୋମବାର ହ୍ରାସ ସହ ବନ୍ଦ ହୋଇଛି । ବିଶ୍ୱରେ ବ୍ୟାଙ୍କିଂ ସଂକଟକୁ ନେଇ ଚିନ୍ତା ଏବଂ ବିଶ୍ୱ ବଜାରରେ ନକାରାତ୍ମକ ସଂକେତ ମଧ୍ୟରେ ଆର୍ଥିକ, ସୂଚନା ପ୍ରଯୁକ୍ତି ଏବଂ ପୁଞ୍ଜିଗତ ବସ୍ତୁର ସେୟାରରେ ଅଧିକ ବିକ୍ରି ଯୋଗୁଁ ଏହି ହ୍ରାସ ଦେଖିବାକୁ ମିଳିଛି ।

ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୩୬୦.୯୫ ଅଙ୍କ ଅର୍ଥାତ୍ ୦.୬୨ ପ୍ରତିଶତ ହ୍ରାସ ସହ ୫୭,୬୨୮.୯୫ ଅଙ୍କରେ ବନ୍ଦ ହୋଇଛି । ସେନସେକ୍ସର ୨୩ ସେୟାର ଆଜି କ୍ଷତିରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୧୧.୬୫ ଅଙ୍କ ଅର୍ଥାତ୍ ୦.୬୫ ପ୍ରତିଶତ ଖସି ୧୬,୯୮୮.୪୦ ସ୍ତରରେ ବନ୍ଦ ହୋଇଛି । ଏଥିରେ ସାମିଲ ଥିଲା ୫୦ ସେୟାର ମଧ୍ୟରୁ କେବଳ ୧୦ ସେୟାର ଲାଭ ସହ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି ହ୍ରାସ ହୋଇ ୨୫୫.୫୪ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ପୂର୍ବ କାରବାର ଦିନରେ ଏହା ୨୫୭.୫୨ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡିକ ମାର୍କେଟ୍ କ୍ୟାପ ଆଜି ପ୍ରାୟ ୧.୯୮ ଲକ୍ଷ କୋଟି ଟଙ୍କା କମିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୧.୯୮ ଲକ୍ଷ କୋଟି ଟଙ୍କ କ୍ଷତି ହୋଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଆମେରିକାର ବ୍ୟାଙ୍କିଂ ସଂକଟକୁ ନେଇ ନିବେଶକ ଚିନ୍ତାରେ ଅଛନ୍ତି । ତେବେ ଫେଡରଲ ରିଜର୍ଭ ଏବଂ ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବ୍ୟାଙ୍କିଂ ସଂକଟକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଏସିଆର ଅନ୍ୟ ବଜାର ମଧ୍ୟରେ ହଂକଂର ହେଂସେଂ, ଜାପାନର ନିକ୍କି, ଚୀନର ସଂଘାଇ ସମ୍ପୋଜିଟ୍ ଏବଂ ଦକ୍ଷିଣ କୋରିଆର କାସ୍ପି କାରବାର ଶେଷରେ ହ୍ରାସ ସହ ବନ୍ଦ ହୋଇଛି ।

   Related Posts