suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସେୟାର ବଜାରକୁ ଫେରିଲା ଚମକ, ୩୫୫ ଅଙ୍କ ବଢିଲା ସେନସେକ୍ସ, ନିବେଶକଙ୍କୁ ୧.୭୨ ଲକ୍ଷ କୋଟି ଟଙ୍କା ଲାଭ

17/03/2023 at 5:10 PM

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନରେ ବୃଦ୍ଧି ସହ ବନ୍ଦ ହୋଇଛି । ଗ୍ଲୋବାଲ ସେୟାର ବଜାରରେ ସକାରାତ୍ମକ ସଂକେତ ଏବଂ ବ୍ୟାଙ୍କିଂ ସେକ୍ଟରକୁ ନେଇ ଚିନ୍ତା କମିବା ପରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ୩୫୫ ଅଙ୍କ ବଢି ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୭,୧୦୦ ଉପରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି ମେଟଲ, ରିୟଲ୍ଟି, କମୋଡିଟି, ଫାଇନାନସିଆଲ ସର୍ଭିସେସ୍, ଆଇଟି ଏବଂ ବ୍ୟାଙ୍କିଂ ସେୟାରରେ ଦେଖିବାକୁ ମିଳିଛି । ବିଏସଇର ମିଡକ୍ୟାପ ଏବଂ ସ୍ମଲକ୍ୟାପ ଯଥାକ୍ରମେ ୦.୨୯ ପ୍ରତିଶତ ଏବଂ ୦.୬୯ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି ।

କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୩୫୫.୦୬ ଅଙ୍କ ଅର୍ଥାତ୍ ୦.୬୨ ପ୍ରତିଶତ ବୃଦ୍ଧି ସହ ୫୭,୯୮୯.୯୦ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ନିଫ୍ଟି ୧୩୯.୫୫ ଅଙ୍କ ଅର୍ଥାତ୍ ୦.୮୨ ପ୍ରତିଶତ ବଢି ୧୭,୧୨୫.୧୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରି ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି ବଢି ୨୫୭.୭୭ ଲକ୍ଷ କୋଟି ଟଙ୍କା ହୋଇଛି । ଗୁରୁବାର ଏହା ୨୫୬.୦୫ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ ଆଜି ୧.୭୨ ଲକ୍ଷ କୋଟି ଟଙ୍କା ବଢିଛି ।

   Related Posts