ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ପାଞ୍ଚ ଦିନର ହ୍ରାସ ପରେ ବୃଦ୍ଧି ଦେଖିଲା ସେୟାର ବଜାର, ନିବେଶକଙ୍କୁ ୫୦ ହଜାର କୋଟି ଲାଭ  

16/03/2023 at 4:54 PM

ନୂଆଦିଲ୍ଲୀ: ସେୟାର ବଜାରରେ ଲଗାତାର ପାଞ୍ଚ ଦିନ ଧରି ଚାଲିଥିବା ହ୍ରାସରେ ଗୁରୁବାର ପରିବର୍ତ୍ତନ ଦେଖାଯାଇଛି । ନିମ୍ନମୁଖୀ ଥିବା ସେୟାର ବଜାରରେ ଆଜି ସାମାନ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା । ଦୁଇ ପ୍ରମୁଖ ସୂଚକାଙ୍କ ସବୁଜ ସଂକେତର ବନ୍ଦ ହୋଇଛି । ସେନସେକ୍ସ ୭୯ ଅଙ୍କ ବଢି ବନ୍ଦ ହୋଇଛି । ସେହିପରି ନିଫ୍ଟି ପୁଣି ଥରେ ୧୭,୦୦୦ ସ୍ତର ପାର କରିଛି । ଏଥିପାଇଁ ସେୟାର ବଜାରରେ ଆଜି ନିବେଶକଙ୍କୁ ପ୍ରାୟ ୫୦,୦୦୦ କୋଟି ଟଙ୍କା ଲାଭ ହୋଇଛି ।

ଆଜି କାରବାର ସମୟରେ ଏଫଏମସିଜି, ୟୁଟିଲିଟି ପାୱର, ଅଏଲ ଆଣ୍ଡ ଗ୍ୟାସ ସହ ରିୟଲ୍ଟିର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି । ଆଇଟି, ମେଟାଲ ଏବଂ ଟେକ୍ କମ୍ପାନିଗୁଡିକର ସେୟାରରେ ବିକ୍ରି ଜାରି ରହିଛି । ବୃହତ ବଜାରରେ ମିଶ୍ରିତ ସଂକେତ ଦେଖିବାକୁ ମିଳିଛି । ସେହିପରି ବିଏସଇର ମିଡକ୍ୟାପରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିବା ବେଳେ ସ୍ମଲକ୍ୟାପ ଇଣ୍ଡେକ୍ସରେ ୦.୬୯ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି ।

କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୭୮.୯୪ ଅଙ୍କ ଅର୍ଥାତ୍ ୦.୧୪ ପ୍ରତିଶତ ବୃଦ୍ଧି ସହ ୫୭,୬୩୪.୮୪ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୩୭.୩୫ ଅଙ୍କ ଅର୍ଥାତ୍ ୦.୨୨ ପ୍ରତିଶତ ବଢି ୧୭,୦୦୯.୫୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ମାର୍ଚ୍ଚ ୧୬ରେ ବଢି ୨୫୬.୪୦ ଲକ୍ଷ କୋଟି ଟଙ୍କା ହୋଇଛି । ଗୋଟିଏ ଦିନ ପୂର୍ବେ ବୁଧବାର ଏହା ୨୫୫.୯୦ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି  ବିଏସଇରେ ସୂଚୀବଦ୍ଧ କମ୍ପାନଗୁଡିକୁ ୫୦ ହଜାର କୋଟି ଟଙ୍କା ଲାଭ ହୋଇଛି ।

   Related Posts