ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

Snow Leopardର କ୍ଲୋଜ୍ ଅପ୍ ଭିଡିଓ ଭାଇରାଲ, ଇଣ୍ଟରନେଟ୍ ୟୁଜର ଆଶ୍ଚର୍ଯ୍ୟ

24/11/2022 at 10:34 PM

ନୂଆଦିଲ୍ଲୀ: ଅତ୍ୟନ୍ତ ଦୁର୍ଲଭ ମୁହୂର୍ତ୍ତ ହୋଇଥାଏ ଯେତେବେଳେ ଜଣେ ଫଟୋଗ୍ରାଫର ଏକ ହିମ କଲରା ପତରିଆ(Snow Leopard ) ବାଘକୁ ଅତି ନିକଟରୁ ନିଜ କ୍ୟାମେରାରେ କଏଦ କରିଥାଏ । ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ସ୍ନୋ ଲିଓପାଡର ଏହିପରି ଏକ ଭିଡିଓ ୟେସାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା କରାଯାଉଛି । ୪୪ ସେକେଣ୍ଡର ଏହି ଭିଡିଓରେ ଏକ ହିମ କଲରା ପତରିଆ ବାଘଟି ନିଜ ପ୍ରାକୃତିକ ଆବାସରେ ଆରମ କରି ଫଟୋ ପାଇଁ ପୋଜ୍ ଦେଉଥିବା ପରି ନଜର ଆସୁଛି । ଆଇଏଫଏସ ଅଧିକାରୀ ଏହି ଫଟୋ ପାଇଁ ଡବ୍ଲୁଡବ୍ଲୁଏଫକୁ କ୍ରେଡିଟ୍ ଦେଇଛନ୍ତି । ବୁଧବାର ଏହି ଭିଡିଓ ପୋଷ୍ଟ ହେବା ପରଠାରୁ ହଜାର ହଜାର ସଂଖ୍ୟାରେ ଭ୍ୟୁ ମିଳିସାରିଛି ।

ଆଇଏଫଏସ ଅଧିକାରୀ ନିଜ ଟ୍ୱିଟରେ କହିଛନ୍ତି, ବରଫପାତ ସମୟରେ ମାୟାବୀ ହିମ କଲରା ପତରିଆ…କାରାକୋରମ ରେଞ୍ଜରେ..

ଡବ୍ଲୁଡବ୍ଲୁଏଫ ଅନୁସାରେ, ଏହି ସ୍ନୋ ଲିଓପାଡ୍ ମଧ୍ୟ ଏସିଆର ୧୨ ଦେଶରେ ସୀମିତ ଅଞ୍ଚଳରେ ଦେଖାଯାଆନ୍ତି । ଏହା ଉଚ୍ଚ ଏବଂ ପାହାଡରେ ଦେଖାଯାଆନ୍ତି । ସ୍ନୋ ଲିଓପାଡ ନିକଟରେ ଏକ ସୁନ୍ଦର, ମୋଟ କୋଟ୍ ରହିଥାଏ । ଯାହା ତାକୁ ଥଣ୍ଡାରୁ ସୁରକ୍ଷା ଦେଇଥାଏ।  

   Related Posts