କ୍ବାରେଣ୍ଟାଇନ୍ ସେଣ୍ଟର ଯିବାକୁ ମନାକଲେ ବ୍ୟକ୍ତି: ଘରୁ ଘୋଷାଡ଼ି ଘୋଷାଡ଼ି ନେଲେ ଚୀନ୍ ଅଧିକାରୀ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଳୀ, ୪/୧୨: ଚୀନରେ ବର୍ତ୍ତମାନ କରୋନା ସଂକ୍ରମଣ ଜାରି ରହିଛି। ସଂକ୍ରମଣ ଯୋଗୁଁ କଠୋର କଟକଣା ମଧ୍ୟ ଲଗାଯାଇଛି। ତେବେ ଚୀନରେ କରୋନା ଭାଇରସ ପ୍ରତିବନ୍ଧକକୁ ନେଇ ତୀବ୍ର ପ୍ରତିବାଦ ପରେ ପ୍ରତିବନ୍ଧକ କୋହଳ ହୋଇଥିଲା। ହେଲେ ଏହାରି ମଧ୍ୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଦେଶରେ କରୋନା ସଂକ୍ରମଣର କଠୋର ନିୟମକୁ ଦର୍ଶାଉଛି। ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖାଯାଉଛି ଯେ ସ୍ବାସ୍ଥ୍ୟ ଅଧିକାରୀମାନେ କିପରି ଜଣେ ବ୍ୟକ୍ତିଙ୍କୁ ଘୋଷାଡ଼ି ଘୋଷାଡ଼ି ଘରୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନେଉଛନ୍ତି।

ସିଏନଏନ ତରଫରୁ ସେୟାର କରାଯାଇଥିବା ଏକ ଭିଡିଓରେ ଦେଖଯାଉଛି ଯେ, ପିପିଇ କିଟ୍ ପିନ୍ଧିଥିବା ଦୁଇ ଜଣ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଉଛି। ବ୍ୟକ୍ତି ଜଣକ ଯିବାକୁ ଚାହୁଁନଥିଲେ ବି ତାଙ୍କୁ ବଳପୂର୍ବକ ନିଆଯାଉଛି। ରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣକ କୋଭିଡ୍ ସଂକ୍ରମିତଙ୍କ କ୍ଲୋଜ୍ କଣ୍ଟାକ୍ଟରେ ଆସିଥିଲେ ତେବେ କ୍ବାରେଣ୍ଟିନ୍ ସେଣ୍ଟରକୁ ଯିବାକୁ ମନା କରିଥିଲେ। ରିପୋର୍ଟ ଅନୁଯାୟୀ ଅଧିକାରୀମାନେ ପରବର୍ତ୍ତୀ ସମୟରେ କ୍ଷମା ମାଗିଥିଲେ। ସେପଟେ ଘଟଣାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ରଏଟରର ଏକ ରିପୋର୍ଟ ଅନୁଯାୟୀ, ସରକାର କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଘରେ କ୍ବାରେଣ୍ଟିନ୍‌ରେ ରହିବାକୁ  ଅନୁମତି ଦେଇଛନ୍ତି। ଗର୍ଭବତୀ ମହିଳା, ବରିଷ୍ଠ ନାଗରିକଙ୍କୁ ଘରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ଅନୁମତି ଦିଆଯାଇଛି ଏବଂ ଯେଉଁମାନେ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତରେ ଘରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ଅନୁମତି ଦିଆଯାଇଛି। ସୂଚନାଯୋଗ୍ୟ, ଚୀନରେ ଡିସେମ୍ବର ୧ ସୁଦ୍ଧା ୩୪,୯୮୦ ସଂକ୍ରମିତ ଚିହ୍ନଟ ହେଲେଣି।

wp:embed {"url":"https://twitter.com/i/status/1598768994957332481","type":"rich","providerNameSlug":"twitter","responsive":true}
https://twitter.com/i/status/1598768994957332481
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.