suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭ୍ରୂଣ ହତ୍ୟା ଅଭିଯୋଗରେ କ୍ଲିନିକ୍‌ରେ ଚଢାଉ, ଡାକ୍ତର ଅଟକ ଓ ୧୦ ମହିଳା ଉଦ୍ଧାର

24/05/2023 at 2:36 PM

କଟକ ୨୪/୦୫: ବାରମ୍ୱାର ନିର୍ଦ୍ଦେଶନାମା ପରେ ବି ସୁଧୁରୁନାହାଁନ୍ତି । ଏପିରିକି ବେଆଇନ ଭାବେ ଜାରି ରହିଛି ଲିଙ୍ଗ ନିରୂପଣ । ଏମିତି କଟକ ସହରରେ ଭ୍ରୂଣ ହତ୍ୟା ଅଭିଯୋଗରେ ଚଢ଼ାଉ କରାଯାଉଥିଲା । ସହରର ଗୋଟିଏ କ୍ଲିନିକ୍‌ରେ ଏମିତି ଚଢାଉରେ ଜଣେ ଡାକ୍ତର ଅଟକ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିଲା ଏହି ଚଢ଼ାଉ ।

ସୂଚନା ଥାଉକି, ଫ୍ରେଣ୍ଡସ କଲୋନୀରେ ଏକ ଆବାସିକ ଘରେ ହେଉଥିଲା ଭ୍ରୂଣ ହତ୍ୟା । ସକାଳୁ ଚାଲିଥିଲା ଏହି ଚଢ଼ାଉ । ତେବେ ବେଆଇନ ଭାବେ ଭୃଣ ହତ୍ୟା କରୁଥିଲେ ଡାକ୍ତର ପୁଣ୍ୟସ୍ଲୋକ ଦାସ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ପୋଲିସ୍, ଜିଲ୍ଲା ପ୍ରଶାସନ ଓ ସିଡିଏମଓଙ୍କ ସ୍ଵତନ୍ତ୍ର ଟିମ୍ ଏହି ଚଢାଉ କରିଥିଲା ।

ଚଢାଉ ସମୟରେ ଡାକ୍ତରଙ୍କୁ ଅଟକ ରଖିବା ସହ ୧୦ ଜଣ ମହିଳା ଙ୍କୁ ଉଦ୍ଧାର କରାଯାଇଛି । ଏହା ସହ ସେମାନଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାରେ ପୁଣ୍ୟସ୍ଲୋକ ଡାକ୍ତର ଭାବେ କାର୍ଯ୍ୟ କରୁଥିବା କଥା କହିଛନ୍ତି ଚଢାଉ କରୁଥିବା ଟିମ୍ ର ସଦସ୍ୟ । ସେପଟେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ଡାକ୍ତର ।

   Related Posts