ଜଳବାୟୁ ପରିବର୍ତ୍ତନ ଯୋଗୁ ବଢୁଛି ବଜ୍ରପାତ ଘଟଣା, ବିପଦରେ ଦେଶର ଏହି ସବୁ ରାଜ୍ୟ

Published By : Prameya-News7 Bureau | August 08, 2021 IST

କୋଲକାତା ୮।୮:  ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏଥିରୁ ଭାରତ ବାଦ ଯାଇନି। କ୍ଲାଇମେଟ୍‌ ଚେଞ୍ଜ କାରଣରୁ ସାରା ବିଶ୍ୱରେ ବଜ୍ରପାତ ଘଟଣା ମଧ୍ୟ ବଢିବଢି ଚାଲିଛି। ତଥ୍ୟ ଅନୁସାରେ ୨୦୧୦ ମସିହା ପର୍ଯ୍ୟନ୍ତ ହାରାହାରି ୧୮ ହଜାର ବଜ୍ରପାତ କେବଳ ଗ୍ରୀଷ୍ମ ଋତୁରେ  ହେଉଥିଲା। ତେବେ ଏହି ହାର ୨୦୨୦ ମସିହା ବେଳକୁ ଦେଢ ଲକ୍ଷକୁ ପାର ହୋଇଯାଇଛି। ଲାଇଟନିଂ ଡିଟେକ୍ସନ ନେଟୱାର୍କର ସଞ୍ଚାଳକ ‘ଆର୍ଥ ନେଟୱାର୍କ’ ଭାରତ  ସମ୍ପର୍କିତ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ବାସ୍ତବିକ୍ ଡରାଇବା ଭଳି।

‘ଦି ଆର୍ଥ ନେଟୱାର୍କସ୍‌’ଙ୍କ ରିପୋର୍ଟ ଅନୁସାରେ ୨୦୨୦ ମସିହା ସୁଦ୍ଧା ଭାରତରେ ବାର୍ଷିକ ୩ କୋଟି ୯୦ ଲକ୍ଷ ଆକାଶୀୟ ବଜ୍ରପାତ ହୋଇଛି। ଏଥିରୁ ୧ କୋଟିରୁ ଅଧିକ ମାଟିରେ ପଡିଛି। ଜନବସତୀ ଅଞ୍ଚଳରେ ବଜ୍ରପାତ ଯୋଗୁ ଭାରତରେ ଧନଜୀବନ ହାନୀ ଜନିତ କ୍ଷତି ମଧ୍ୟ ଅଧିକ ହେଉଛି। ଏହି ରିପୋର୍ଟ ଅନୁସାରେ ୨୦୧୯  ମସିହା ଅନୁସାରେ ୨୦୨୦ରେ ୨୩ ପ୍ରତିଶତ ଅଧିକ ବଜ୍ରପାତ ହୋଇଥିଲା।

{"id":492883,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ସର୍ବାଧିକ ବଜ୍ରପାତ ଘଟଣା ଦେଖା ଯାଇଛି। ସେହିପରି ବିହାର, ଉତ୍ତରପ୍ରଦେଶ, ଝାରଖଣ୍ଡ ଓ ମହାରାଷ୍ଟ୍ରରେ ବଜ୍ରପାତ ଯୋଗୁ ସର୍ବାଧିକ ମୃତ୍ୟୁ ହୋଇଛି। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୨୦ ମସିହାରେ କେବଳ ପଶ୍ଚିମବଙ୍ଗରେ ୩୦ଲକ୍ଷ ୪୯ ହଜାର ୮୮୬ଟି ବଜ୍ରପାତ ଘଟଣା ଘଟିଛି।  

ଭାରତରେ ୨୦୨୦ ମସିହାରେ ମୌସୁମୀ ଋତୁ (ମେ-ସେପ୍ଟେମ୍ବର) ରେ ବଜ୍ରପାତର ସବୁଠୁ ଅଧିକ ଘଟଣା ଘଟିଥିଲା। ୨୦୨୦ ମୌସୁମୀରେ ଭାରତ ପ୍ରାୟ ୧୦୯ ପ୍ରତିଶତ ବର୍ଷା ପାଇଥିଲା। ଯାହା ୨୦୧୯ରେ ୨୧୦ ପ୍ରତିଶତ ଅର୍ଥାତ ୧ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିଲା। ତେବେ ୨୦୧୯ ମସିହା ତୁଳନାରେ ୨୦୨୦ରେ ୨୨.୬ ପ୍ରତିଶତ ଅଧିକ ବଜ୍ରପାତ ହୋଇଥିଲା। ଭାରତୀୟଙ୍କ ଲାଗି ବଜ୍ରପାତର ବିପଦ ଲଗାତାର ବଢ଼ିବଢ଼ି ଚାଲିଛି।

{"id":492890,"width":839,"height":560,"sizeSlug":"full","linkDestination":"none"}

ଭୂ-ମଧ୍ୟ ରେଖା, ବଙ୍ଗୋପସାଗର, ଆରବ ସାଗର ଓ ହୀନ୍ଦ ମହାସାଗରର ସମିପତା କାରଣରୁ ଭାରତ ଉପକୂଳରେ ଅତ୍ୟାଧିକ ଉତ୍ତାପ ଓ ଆର୍ଦ୍ଦତା ଅନୁଭୂତ ହୋଇଥାଏ। ଏଣୁ ସମଗ୍ର ଦକ୍ଷିଣ ଏସିଆରେ ଅଚାନର ଘଡ଼ଘଡ଼ି ସହ ବର୍ଷା ହୋଇଥାଏ। ବଜ୍ରପାତ ଯୋଗୁ ବ୍ୟାପକ ଧନଜୀବନ ହାନୀ ହେଉଛି। ତେବେ ବଜ୍ରପାତକୁ ଯଦି ପୂର୍ବ ସମୟ ସହ ସମାନ କରି ଦେଖା ଯାଏ ତେବେ ଏହା କ୍ରମଶଃ ପ୍ରାକୃତିକ ବିପର୍ଯ୍ୟୟରେ ପରିଣତ ହୋଇସାରିଲାଣି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋଙ୍କ ଅଧ୍ୟାୟନରୁ ଭାରତରେ ବାର୍ଷିକ ୨ହଜାର ୪୦୦ରୁ ଅଧିକ ଲୋକେ କେବଳ ବଜ୍ରପାତରେ ପ୍ରାଣ ହରାଉଛନ୍ତି।

ତେବେ ଆର୍ଥ ନେଟୱାର୍କ ସମୟ ପୂର୍ବରୁ ଏ ନେଇ ଲୋକଙ୍କୁ ସତର୍କ କରାଯାଇପାରିଲେଅନେକ ଧନଜୀବନ ରକ୍ଷା ହୋଇପାରିବ ବୋଲି କୁହାଯାଇଛି। ଲୋକେ ସତର୍କତା ପାଇବା ମାତ୍ରେ ବାହାରେ ଥିବା କାମ ତୁରନ୍ତ ତୁଟାଇ ଘରକୁ ଫେରିଯାଇପାରିବେ। ଫଳରେ ବଜ୍ରପାତ ଜନିତ ବିପାକରୁ ନିଜକୁ ରକ୍ଷା କରିପାରିବେ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.