ଯଦି ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଅଛି ଏହି ସବୁ ଆପ ଜାଣନ୍ତୁ କ’ଣ ହେବ
13/06/2019 at 6:35 PM

ଗୁଗଲ ପ୍ଲେଷ୍ଟୋରରୁ ଆପ୍ ଡାଉନଲୋଡ କରିବାର ସବୁଠୁ ବଡ ସୁବିଧା ହେଉଛି ଏଠାରେ ଭେରିଫାଏ ଓ ସେଫ ମୋବାଇଲ ଆପ୍ ମିଳିଥାଏ। ତେବେ ଏଥିପାଇଁ ପ୍ଲେ ଷ୍ଟୋରରୁ ପ୍ରାୟ ମୋବାଇଲ ବ୍ୟବହାରକାରୀ ସେମାନଙ୍କ ଦରକାରୀ ଆପ୍ ସବୁ ଡାଉନଲୋଡ କରିଥାନ୍ତି। ତେବେ ପ୍ଲେ ଷ୍ଟୋରରୁ ସମୟ ସମୟରେ ଗ୍ରାହକ ଏପରି କିଛି ଆପ୍ ଡାଉନଲୋଡ କରିନେଉଛନ୍ତି ଯାହା ସେମାନଙ୍କ ଅଜାଣତରେ ସେମାନଙ୍କର ଫୋନକୁ ଖରାପ କରୁଛି। ଏଭଳି ଆପ୍ କୁ ‘କ୍ଲିକ୍ ଫ୍ରଡ’ ଆପ୍ କୁହାଯାଏ। ଯଦି ଆପଣଙ୍କ ଫୋନରେ ଏଭଳି କିଛି ଆପ୍ ରଖି ବ୍ୟବହାର କରୁଛନ୍ତି ତେବେ ତୁରନ୍ତ ଡିଲିଟ୍ କରିଦିଅନ୍ତୁ ନଚେତ୍ ଜାଣନ୍ତୁ ଏହି ସବୁ ଆପ୍ ପାଇଁ ଆପଣ କିପରି ହଇରାଣ ହେଉଛନ୍ତି।

ଏଭଳି ଆପ୍ ଆପଣଙ୍କ ସ୍ମାର୍ଟ ଫୋନର ବ୍ୟାଟେରୀ ଖର୍ଚ ବଢାଇଥାଏ। ବାରମ୍ବାର ଆପଣଙ୍କୁ ଫୋନ ରିଚାର୍ଜ କରିବାକୁ ପଡିଥାଏ। କେବଳ ଏତିକି ନୁହେଁ ଆପଣଙ୍କୁ ପ୍ରାୟତଃ ଫୋନ ହ୍ୟାଙ୍ଗ ଜନିତ ଅସୁବିଧାର ସମ୍ମୁଖୀନ ବି ହେବାକୁ ପଡୁଥିବ। ତେବେ ଆପଣଙ୍କ ଅଜାଣତରେ ଏହି କ୍ଲିକ୍ ଫ୍ରଡ ଆପ ଆପଣଙ୍କ ଫୋନକୁ ଖରାପ କରିବାରେ ହିଁ ଲାଗିଥାଏ। ସାଇବର ସିକ୍ୟୁରିଟି ରିସର୍ଚ୍ଚରମାନେ ଗୁଗଲ ପ୍ଲେଷ୍ଟୋରରୁ ଡାଉନଲୋଡ ହୋଇଥିବା ଏହିଭଳି ୨୨ଟି ଲୋକପ୍ରୀୟ କ୍ଲିକ୍ ଫ୍ରଡ ଆପକୁ ଚିହ୍ନଟ କରିଛନ୍ତି। ଯାହା ସ୍ମାର୍ଟ ଫୋନ ପାଇଁ ବିପଦଜନକ ହେବା ସହ ଫୋନର କ୍ଷତି ମଧ୍ୟ କରୁଛି। ଏଣୁ ଏହି ଆପର ଏଠାରେ ତାଲିକା ରହିଛି। ଯଦି ଏଥିରୁ କିଛି ଆପଣଙ୍କ ଫୋନରେ ଥାଏ ସେଗୁଡିକୁ ଡିଲିଟ୍ କରିଦିଅନ୍ତୁ ଓ ଫୋନର ବ୍ୟବହାରକୁ ସହଜ କରନ୍ତୁ।

ଏଭଳି ଆପଗୁଡିକ ହେଉଛି ସ୍ପାର୍କଲ ଫ୍ଲାସ୍ ଲାଇଟ୍, ସ୍ନେକ ଆଟାକ୍, ମ୍ୟାଥ ସଲ୍ଭର, ସାପ୍ ସର୍ଟର, ଟେକ୍ ଏ ଟ୍ରିପ୍, ମେଗ୍ନିଫ ଆଇ, ଜମ୍ବି କିଲର, ସ୍ପେସ୍ ରକେଟ୍, ନିୟନ ପଙ୍ଗ,ଜଷ୍ଟ ଫ୍ଲାସ୍ ଲାଇଟ୍, ଟେବଲ ସକର, କ୍ଲିଫ ଡାଇଭର, ବକ୍ସ ଷ୍ଟେକ୍, ଜେଲି ସ୍ଲାଇସ୍, ଏକେ ବ୍ଲାକ୍ ଜ୍ୟାକ୍,କଲର ଟାଇଲ୍ସ, ଆନିମଲ ମ୍ୟାଚ୍,ରୁଲେଟ୍ ମାନିଆ, ହେକ୍ସା ଫଲ୍ ଓ ହେକ୍ସା ବ୍ଲକ୍ସ। ଏହି ଆପଗୁଡିକୁ ପ୍ଲେଷ୍ଟୋରରୁ ଅଡିଟ୍ ଜରିଆରେ ବାହାର କରାଯାଇସାରିଲାଣି। ତଥାପି ଏଗୁଡିକ ୨୦ଲକ୍ଷରୁ ଅଧିକ ଥର ଡାଉନଲୋଡ ହୋଇଥିବା ଜଣାପଡିଛି। ପ୍ଲେଷ୍ଟୋରର ସବୁଠାରୁ ବଡ ଦାୟିତ୍ୱ ହେଉଛି ଯେପରି କୌଣସି ସ୍କାମ ଆପସ ନଆସେ। ଏମିତିରେ ତ ଗୁଗଲ ନିଜ କାମ ବେଶ୍ ଠିକଠାକ୍ କରୁଛି ହେଲେ କେତେକ ଆପ୍ସ ପ୍ଲେଷ୍ଟୋର ପର୍ଯ୍ୟନ୍ତ ପହଞ୍ଚିବାକୁ ସେମାନଙ୍କ ରାସ୍ତା ଖୋଜି ନେଉଛନ୍ତି।