LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

OROP ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ୨୦୨୪ ଫେବ୍ରୁଆରୀ ସୁଦ୍ଧା ପୈଠ କର ବକେୟା

20/03/2023 at 6:03 PM

ନୂଆଦିଲ୍ଲୀ: ୱାନ୍ ରାଙ୍କ ୱାନ୍ ପେନସନ୍ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ ଲଫାପାରେ ଦିଆଯାଇଥିବା ରିପୋର୍ଟ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ସୈନିକଙ୍କୁ ବକେୟା ପେନସନ ପୈଠ କରିବାର ନୂଆ ଫର୍ମୂଲା ଦେଇଛନ୍ତି । ପେନସନର୍ସଙ୍କ ସମସ୍ତ ବକେୟାକୁ ୨୦୨୪ ଫେବ୍ରୁଆରୀ ସୁଦ୍ଧା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ରକୁ ୨୦୨୩ ଏପ୍ରିଲ ୩୦ ସୁଦ୍ଧା ୱାନ ରାଙ୍କ ୱାନ ପେସନ ଯୋଜନା ଅଧିନରେ ଯୋଗ୍ୟ ପେନସନର୍ସ ଏବଂ ସଶସ୍ତ୍ର ବଳର ବୀରତା ପୁରସ୍କାର ବିଜେତାଙ୍କୁ ବକେୟା ରାଶି ପୈଠ କରିବା ପାଇଁ କୁହାଯାଇଛି । ଏହାସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୨୩ ଜୁନ ୩୦ ସୁଦ୍ଧା ୭୦ ବର୍ଷ ବୟସରୁ ଅଧିକ ଯୋଗ୍ୟ ପେନସନର୍ସଙ୍କୁ ବକେୟା ଦିଆଯିବା ଦରକାର । ଅନ୍ୟ ପେନସନର୍ସଙ୍କୁ ୨୦୨୩ ଅଗଷ୍ଟ ୩୦, ନଭେମ୍ୱର ୩୦ ଏବଂ ୨୦୨୪ ଫେବ୍ରୁଆରୀ ୨୮ ସୁଦ୍ଧା ସମାନ କିସ୍ତିରେ କିମ୍ୱା ଏହା ପୂର୍ବରୁ ବକେୟା ରାଶି ପୈଠ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

OROP ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଦେଇଥିବା ନିର୍ଦ୍ଦେଶ

  1. ୬ ଲକ୍ଷ ଫ୍ୟାମିଲି ଫେନସନ+ ବୀରତା ପୁରସ୍କାର ବିଜେତା ପେନସନର୍ସଙ୍କୁ ୨୦୨୩ ଏପ୍ରିଲ ୩୦ ସୁଦ୍ଧା ବକେୟା ପୈଠ କରାଯାଉ ।
  2. ୭୦ ବର୍ଷରୁ ଅଧିକ ବୟସର ୪ ଲକ୍ଷ ଲୋକଙ୍କୁ ୨୦୨୩ ଜୁନ ୩୦ ସୁଦ୍ଧା ବକେୟା ରାଶି ପୈଠ କରାଯାଉ ।
  3. ଅନ୍ୟ ୧୧ ଲକ୍ଷ ଲାଭାର୍ଥୀଙ୍କୁ ତିନୋଟି ସମାନ କିସ୍ତିରେ ୨୦୨୩ ଅଗଷ୍ଟ ୩୦, ନଭେମ୍ୱର ୩୦ ଏବଂ ୨୦୨୪ ଫେବ୍ରୁଆରୀ ୨୮ ସୁଦ୍ଧା ବକେୟା ପୈଠ କରାଯାଉ ।

ପୂର୍ବତନ ସେନା କର୍ମଚାରୀଙ୍କୁ ୱାନ୍ ରାଙ୍କ ୱାନ୍ ପେନସନର ବକେୟା ରାଶି ପୈଠ ଉପରେ କେନ୍ଦ୍ର ଦ୍ୱାରା ଦାଖଲ ସିଲ ବନ୍ଦ ଲଫାପାକୁ ସ୍ୱୀକାର କରିବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ପିଏସ ନରସିମ୍‌ହା ଏବଂ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତରେ ଏହି ସିଲ୍ ବନ୍ଦ ପ୍ରଥାକୁ ଶେଷ କରିବାର ଆବଶ୍ୟକତା ରହିଛି । ଏହା ନିରପେକ୍ଷ ନ୍ୟାୟର ମୂଳ ପ୍ରକ୍ରିୟାର ବିପରୀତ ଅଟେ ।

   Related Posts