ଦେଶର ଏହି ୯ ସହରରେ ସବୁଠୁ ସ୍ବଚ୍ଛ ବାୟୁ, ମନଖୋଲି ନେଇପାରିବେ ନିଶ୍ବାସ-ପ୍ରଶ୍ବାସ...

Published By : Prameya-News7 Bureau | November 06, 2022 IST

ନୂଆଦିଲ୍ଳୀ, ୦୬/୧୧: ଦିଲ୍ଳୀରେ ବାୟୁ ପ୍ରଦୂଷଣ ଲୋକଙ୍କୁ କଲବଲ କଲାଣି। ଏମିତିକି ଲୋକଙ୍କୁ ଶ୍ବାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ରାଜଧାନୀ ଦିଲ୍ଳୀ ସମେତ ଏନସିଆର ଅଞ୍ଚଳରେ ବାୟୁମାନ ଏବେବି ଖରାପ ରହିଛି। ଲୋକଙ୍କୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି। ତେବେ କ’ଣ ଆପଣ ଜାଣନ୍ତି ଯେ ଦେଶରେ ଏଭଳି କିଛି ସହର ରହିଛି। ଯେଉଁଠାରେ ବାୟୁ ପ୍ରଦୂଷଣ ନାହିଁ କହିଲ ଚଳେ। ଆସନ୍ତୁ ଜାଣିବା ସବୁଠୁ ଭଲ ବାୟୁମାନ ଥିବା ଦେଶର ୯ ସହର ବିଷୟରେ।

ବାୟୁମାନ ସୂଚକାଙ୍କ ଅନୁଯାୟୀ, ଯଦି ସୂଚକାଙ୍କ ୦ ରୁ ୫୦ ମଧ୍ୟରେ ରହିଥାଏ ତେବେ ଏହାର ଅର୍ଥ ବାୟୁର ପ୍ରଦୂଷଣ ନାହିଁ ବା କୌଣସି ବିପଦ ନାହିଁ। ୫୧-ରୁ ୧୦୦ ମଧ୍ୟରେ ମଧ୍ୟମ, ୧୦୧ ରୁ ୧୫୦ ସମ୍ବେଦନଶୀଳ ବର୍ଗଙ୍କ ପାଇଁ କ୍ଷତିକାରକ, ୧୫୧ ରୁ ୨୦୦ ଅସ୍ବ୍ୟାସ୍ଥ୍ୟକର, ୨୦୧ ରୁ ୩୦୦ ପର୍ଯ୍ୟନ୍ତ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଏବଂ ୩୦୧ ରୁ ଉର୍ଦ୍ଧ୍ବ ରହିଥିଲେ ଏଠାରେ ବାୟୁମାନ ବିପଦପୂର୍ଣ୍ଣ ବୋଲି ଧରାଯାଏ। ତେବେ ଆସନ୍ତୁ ଜାଣିବା ଏହି ୯ ସହରରେ କେତେ ସ୍ବଚ୍ଛ ରହିଛି ବାୟୁମାନ।

wp:list
  • ମିଜୋରାମର ରାଜଧାନୀ ଆଇଜୋଲର ବାୟୁମାନ ସୂଚକାଙ୍କ ୨୨ ରହିଛି। ଏଥିରୁ ଜାଣିପାରୁଥିବେ ଏଠାରେ ବାୟୁମାନ କେତେ ସ୍ବଚ୍ଛ।
  • ମେଘାଳୟର ଶିଲଂ ରେ ବାୟୁମାନ ସୂଚକାଙ୍କ ୨୦ ରେକର୍ଡ ହୋଇଛି। ଆସାମ ଶିବସାଗରରେ ବାୟୁମାନ ସୂଚକାଙ୍କ ୨୨ ଏବଂ ପୁଡୁଚେରୀରେ ୩୮ ରେକର୍ଡ ହୋଇଛି। ଏହି ସ୍ଥାନରେ ଖୋଲା ପବନରେ ନିଶ୍ବାସ ନେବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।
  • ସିକ୍କିମର ରାଜଧାନୀ ଗ୍ୟାଙ୍ଗଟୋକ୍ ପର୍ଯ୍ୟଟନ ଦୃଷ୍ଟିରୁ ପୂର୍ବୋତ୍ତର ଭାରତର ଏକ ପ୍ରସିଦ୍ଧ ସହର । ଏଠାରେ ବାୟୁମାନ ସୂଚକାଙ୍କ ୨୭ ରହିଛି।
  • ବାୟୁମାନ ସୂଚକାଙ୍କରେ କର୍ଣ୍ଣାଟକର ତିନି ସହର ସାମିଲ ରହିଛି। ବଗଲକୋଟରେ ବାୟୁମାନ ସୂଚକାଙ୍କ ୩୯, ଚାମରାଜନଗରରେ ବାୟୁମାନ ସୂଚକାଙ୍କ ୪୦ ଏବଂ ବିଜୟପୁରାର ବାୟୁମାନ ସୂଚକାଙ୍କ ୪୬ ରେକର୍ଡ ହୋଇଛି।
  • ଛତିଶଗଡ଼ର ଭିଲାଇ ସହରରେ ବାୟୁମାନ ସୂଚକାଙ୍କ ୪୧ ରେକର୍ଡ ହୋଇଛି। ଦିଲ୍ଳୀ ସହ ତୁଳନା କଲେ ଏଠାରେ ବି ବାୟୁର ଗୁଣବତ୍ତା ଭଲ ରହିଛି। ହିମାଚଳ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶର ମଧ୍ୟ ଅନେକ ସହରରେ ବାୟୁମାନ ଭଲ ରହିଛି।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.