କ୍ଲିନ୍ ଏନର୍ଜୀ, 5ଜିର ସ୍ପିଡ୍… ନୂଆ ବର୍ଷରେ ଯାନ୍ତ୍ରିକ ଦୁନିଆରେ ଆସିବ ବଡ଼ ପରିବର୍ତ୍ତନ !
24/12/2022 at 6:05 PM

ନୂଆଦିଲ୍ଲୀ: ସୂର୍ଯ୍ୟଙ୍କ ସହ ବ୍ରହ୍ମାଣ୍ଡର ସବୁ ତାରା ନକ୍ଷେତ୍ର ନ୍ୟୁକ୍ଲିୟର ଫ୍ୟୁଜନ ଜରିଆରେ ଶକ୍ତି ହାସଲ କରନ୍ତି । କାର୍ଲିଫର୍ନିଆର ଲରେନ୍ସ ନ୍ୟାସନାଲ ଲ୍ୟାବରେ ବୈଜ୍ଞାନିକମାନେ ଏହି ପ୍ରଯୁକ୍ତି ସାହାଯ୍ୟରେ କ୍ଲିନ୍ ଏନର୍ଜୀ ପ୍ରସ୍ତୁତ କରିବାରେ ସଫଳତା ପାଇଛନ୍ତି । ଏହି ସ୍ୱଚ୍ଛ ଉର୍ଜାର ବ୍ୟବହାର ଭବିଷ୍ୟତରେ ପେଟ୍ରୋଲ, ଡିଜେଲ, ଗ୍ୟାସ ପରି ଉର୍ଜା ଉପରେ ନିର୍ଭରତାକୁ କମ କରିବ ।

5ଜି ନେଟୱାର୍କକୁ ମିଳିବ ଗତି
ଦେଶରେ ଅକ୍ଟୋବରରେ ଆରମ୍ଭ ହୋଇଥିବା 5ଜି ନେଟୱର୍କ ଏବେ ୬୦ରୁ ଅଧିକ ସମୟରରେ ପହଞ୍ଚିଛି । ଏହି ନେଟୱର୍କ ସ୍ପିଡ୍ ୪ଜିରୁ ୧୦୦ ଗୁଣା ଅଧିକ । ଏହା ଦ୍ୱାରା ଉନ୍ନତ ଫୋନ କଲ ଏବଂ ସଂଚାର ସୁବିଧା ମିଳିପାରିବ । ହାଇ କ୍ୱାଲିଟି ଭିଡିଓ ସାଙ୍ଗେସାଙ୍ଗେ ଡାଉନଲୋଡ ହୋଇପାରିବ । ପାଠପଢା, କ୍ଲାଉଡ ଗେମିଂ ଏବଂ ଭର୍ଚୁଆଲ ରିଆଲିଟିର ପ୍ରୋୟଗ ବଢିବ । ଆଲେକ୍ସା ପରି ଡିଭାଇସର ଚଳନ ବଢିବ । ରୋବଟିକ୍ ସର୍ଜରୀ ବଢିବ ।

ଚନ୍ଦ୍ରୟାନ-୩ ଉପରେ ରହିବ ନଜର
ଭାରତର ମିଶନ ଚନ୍ଦ୍ରୟାନ-୩ ଆସନ୍ତା ବର୍ଷ ଅଗଷ୍ଟରେ ଉତକ୍ଷେପଣ କରାଯିବ । ଏହି ମିଶନ ଜରିଆରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ଏବଂ ରୋଭରକୁ ପଠାଯିବ । ୨୦୦୮ରେ ଚନ୍ଦ୍ରୟାନ ୧କୁ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ କରାଇବାରେ ସଫଳତା ମିଳିଥିଲା । ୨୦୧୯ରେ ଚନ୍ଦ୍ରୟାନ ୨ ପଠାଯାଇଥିଲା, କିନ୍ତୁ ଏହାର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ସଠିକ ଭାବେ ଅବତରଣ କରିପାରି ନଥିଲା ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ଜୋର
ଆମେରିକୀୟ କମ୍ପାନି ଓପନ ଏଆଇ ଯାନ୍ତ୍ରିକ ଚିନ୍ତାଧାରା ସବୁଠି ହଇଚଇ ସୃଷ୍ଟି କରିଛି । Dall E-2 ପ୍ରଯୁକ୍ତିରେ ଆପଣ ଯାହା ଚିନ୍ତା କରୁଛନ୍ତି, ସେହିପରି ଲେଖିଲେ ଆପଣଙ୍କ ଭାବନା ଅନୁସାରେ ଚିତ୍ର ଆଙ୍କି ହୋଯିବ । ଅନ୍ୟପଟେ ChatGPTରେ ନାଟକ ଲେଖିବା, କବିତା ଲେଖିବା, କମ୍ପ୍ୟୁଟର କୋଡ୍ ଲେଖିବା ପରି ଯେକୌଣସି କାମ କରିପାରିବ । ଏଆଇ ଟେନ୍ନୋଲଜି ଭବିଷ୍ୟତରେ ବିପଦପୂର୍ଣ୍ଣ କାର୍ଯ୍ୟ ଯେପରି ଅଣୁ ପ୍ଲାଣ୍ଟ, କେମିକାଲ ଲ୍ୟାବ ପରି ସ୍ଥାନରେ ଉପଯୋଗୀ ହୋଇପାରିବ।

ବଦଳିବ ଭର୍ଚୁଆଲ ୱାର୍ଲଡର ଅନୁଭବ
ମେଟାଭର୍ସ ଏବଂ Web ୩.୦ ଭର୍ଚୁଆଲ ୱାର୍ଲଡର ଅନୁଭବକୁ ନୂଆ ରୂପ ଦେବ । ଆଗମେଟେଡ, ଭର୍ଚୁଆଲ ରିଆଲିଟି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ଇଣ୍ଟରନେଟ ଏବଂ ବ୍ଲାକଚେନ ପରି ଟେକ୍ନୋଲଜି ପୂର୍ବରୁ ଅଧିକ ସୁରକ୍ଷିତ ଭର୍ଚୁଆଲ ୱାର୍ଲଡ ନିର୍ମାଣ କିରିବେ ।
