ଅଠରବାଙ୍କି ପୋଲ ଉପରୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 05, 2023 IST

ପାରାଦୀପ ୫।୯: ପାରାଦୀପ ଅଠରବାଙ୍କି ପୋଲ ଉପରୁ ନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ । ଆତ୍ମହତ୍ୟା ପାଇଁ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":840690,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଗୋଟାଏ ବେଳେ ସ୍କୁଲରୁ ଘରକୁ ନ ଯାଇ ଅଠରବାଙ୍କି ପୋଲ ଉପରେ ବହି, ବସ୍ତାନୀ ରଖି ଆତ୍ମହତ୍ୟା ପାଇଁ ନଦୀକୁ ଡେ଼ଇଁ ପଡ଼ିଥିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଏବଂ କିଛି ମତ୍ସ୍ୟଜୀବି ଡଙ୍ଗା ଦ୍ବାରା ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଛାତ୍ରୀଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ କ’ଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାକୁ ନଦୀକୁ ଡେ଼ଇଁ ପଡ଼ିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ‌ ।

You Can Read :

wp:embed {"url":"https://www.prameyanews7.com/suspect-suitcase-in-iocl-at-paradeep/","type":"wp-embed","providerNameSlug":"prameya-news-7"}
https://www.prameyanews7.com/suspect-suitcase-in-iocl-at-paradeep/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.