ନୂଆଦିଲ୍ଲୀ 10/01: ପ୍ରତିଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଏଭଳି କିଛି ଖବର ଶୁଣିବାକୁ ମିଳୁଛି, ଯେଉଁ କାରଣରୁ ବାପା ମା ସେମାନଙ୍କ ଝିଅକୁ ନେଇ ଖୁବ୍ ଚିନ୍ତାରେ କହୁଛନ୍ତି। ଏବେ ପୁଣି ସେମିତି ଏକ ଖବର ଆସିଛି ସାମ୍ନାକୁ, ଯାହା ଶୁଣି ଆପଣ ମୁଣ୍ଡରେ ହାତ ଦେଇଦେବେ। ପ୍ରଶ୍ନ ବି କରିବେ, ସତରେ କୁଆଡ଼େ ଯାଉଛି ଏ ସମାଜ।
ସୂଚନାନୁସାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଜଣେ ଷଷ୍ଠ ଶ୍ରେଣୀ ଝିଅ ଘରେ ପଶି ଛୁରୀ ଦେଖାଇ ତାକୁ ପିନ୍ଧାଇଛି ସିନ୍ଦୂର। ବର୍ତ୍ତମାନ ଅଭିଯୁକ୍ତ ଯୁବକ ପୋଲିସ ହେପାଜତରେ ଅଛନ୍ତି, କିନ୍ତୁ ନାବାଳକ ହୋଇଥିବାରୁ ପ୍ରଶାସନ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏଭଳି ଖବର ଆସିଛି ୟୁପିର ମହାରାଜଗଞ୍ଜରୁ। ଅଷ୍ଟମ ଶ୍ରେଣୀ ପିଲାର କାରନାମା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ପୂରା ଘଟଣା ଏମିତି କିଛି, ଅଷ୍ଟମ ଶ୍ରେଣୀ ଛାତ୍ର , ଷଷ୍ଠ ଶ୍ରେଣୀ ଝିଅକୁ କରୁଥିଲେ ଏକ ପାଖିଆ ପ୍ରେମ। ଆଉ ଝିଅ ଘରେ ପସି ଛୁରୀ ଦେଖାଇ ତାକୁ ପିନ୍ଧାଇଥିଲେ ସିନ୍ଦୂର। ଝିଅଟି ଭୟଭୀତ ହୋଇ ଚିତ୍କାର କରିବାରୁ ପରିବାର ଲୋକ ସେଠାକୁ ଧାଇଁ ଆସିଥିଲେ। ହେଲେ ପୁଅଟି ତା ସାଙ୍ଗ ମାନଙ୍କ ସହ ସେଠାରୁ ଖସିଯିବାରେ ହୋଇଥିଲା ସଫଳ।
ନାବାଳିକାଙ୍କ ବାପା ରିପୋର୍ଟ ଦେବା ପରେ 16 ବର୍ଷର ବାଳକକୁ ପୋଲିସ ଅଟକ ରଖିଛି। ଷ୍ଟେସନ ହାଉସ ଅଧିକାରୀ ମହାରାଜଗଞ୍ଜ ରବି କୁମାର ରାୟ କହିଛନ୍ତି ଯେ ବାଳକଟି ଜଣେ ସାଙ୍ଗଙ୍କ ସହ 14 ବର୍ଷର ବାଳିକାଙ୍କ ଘରେ ପହଞ୍ଚିଥିଲା। ଝିଅଟି ଘର କାମ କରୁଥିବାବେଳେ ସେତେବେଳେ ପୁଅଟିର ସାଙ୍ଗ ଝିଅର ଗଳାରେ ଛୁରୀ ଲଗାଇଥିଲେ। ଆଉ ପୁଅଟି କପାଳରେ ସିନ୍ଦୁର ଲଗାଇଥିଲେ। ପରେ ଝିଅର ବାପା ସେହି ପୁଅ ବିରୋଧରେ ଥାନାରେ କରିଥିଲେ ଅଭିଯୋଗ। ସିସିଟିଭି ଆଧାରରେ ପୁଅକୁ କରାଯାଇଥିଲା ଗିରଫ। ଅଭିଯୁକ୍ତର ନାବାଳକ ଥିବାରୁ ତାଙ୍କୁ ଜୁଭେନିଲ୍ କୋର୍ଟରେ ହାଜର କରାଯାଇଛି। ପୁଅଟି ଏଭଳି କାର୍ଯ୍ୟ ପାଇଁ କୌଣସି ଅନୁତାପ କରି ନାହିଁ । ସେ ଝିଅକୁ ଭଲ ପାଏ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି କହିଛନ୍ତି ରାୟ କହିଛନ୍ତି।
ପୋଲିସର ସୂଚନାନୁସାରେ, ଗତ ତିନିମାସ ଧରି ପୁଅଟି ସେହି ଝିଅଙ୍କୁ ହଇରାଣ କରି ଆସୁଥିଲା। ଝିଅର ବାପା ମା ଏକଥା ଜାଣିବା ପରେ ତାଙ୍କ ଝିଅକୁ ସେମାନେ ଅନ୍ୟ ଏକ ବିଦ୍ୟାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ପୋଲିସରେ ଅଭିଯୋଗ କରିନଥିଲେ।
ମହାରାଜଗଞ୍ଜ ଜିଲ୍ଲାର ଡେପୁଟି ଏସପି ଅଜୟ ସିଂ ଚୌହାନ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ରଖି କହିଛନ୍ତି ଯେ, ଛାତ୍ରଙ୍କ ନାଁରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ 354, 354 ବି ଏବଂ 352 ଆଇପିସି ଧାରାରେ ମାମଲା ରୁଜୁ ହୋଇଛି।