ବାଇକ୍‌ ଦୁର୍ଘଟଣାରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପରୀକ୍ଷା ସାରି ଘରକୁ ଫେରୁଥିବାବେଳେ ଅଘଟଣ

Published By : Prameya-News7 Bureau | February 28, 2024 IST

ମହାକାଳପଡ଼ା: ପରୀକ୍ଷା ସାରି ଘରକୁ ଫେରୁଥିବାବେଳେ ଅଘଟଣ। ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜମ୍ବୁ ଗ୍ରାମପଞ୍ଚାୟତରେ। ସୂଚନା ଅନୁଯାୟୀ, ସ୍ଥାନୀୟ ଦୁଃଶାସନ ରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ର ରାହମା ସ୍ଥିତ ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟରରୁ ପରୀକ୍ଷା ସାରି ବାଇକ ଯୋଗେ ଘରକୁ ଫେରୁଥିଲେ।

ତେବେ ପୋଲ ନିକଟରେ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇଥିଲା। ଏଥିରେ ତିନି ଜଣ ଯାକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବାବର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ମୃତ୍ୟୁଞ୍ଜୟ ବୈରାଗୀ ଙ୍କ ପୁଅ ରାଜେଶ ଙ୍କ ମୃତ୍ୟୁ ଘଟିଥିବା ବେଳେ ବାବୁଲା ମାଝୀଙ୍କ ପୁଅ ବାପୁନ ମାଝୀ ଗୁରୁତର ଆହତ ହୋଇ ଚିକିତ୍ସା ହେଉଥିବାର ସୂଚନା ମିଳିଛି। ଜଣେ ଛାତ୍ରଙ୍କୁ ଚିକିତ୍ସା ପରେ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ବାସୁଦେବପୁର ପୋଲିସକୁ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହିତ ଦୁଇ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.