ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଓଡିଶା-ଝାଡ଼ଖଣ୍ଡ ସୀମାରେ ଗୋଷ୍ଠୀ ସଂଘର୍ଷ; ଜଣେ ଗୁରୁତର, ୩ ଅଟକ                

8/07/2022 at 8:13 AM

କରଞ୍ଜିଆ ୦୮/୦୭ : ଦୁଇ ଗୋଷ୍ଠୀ ମୁହାଁ ମୁହିଁ ,ଜଣେ ଗୁରୁତର ଓ ୩ ଅଟକ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ପାଖରେ ଥିବା ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବେଣିସାଗର ଛକରେ  ୨ ଗୋଷ୍ଠୀ କୌଣସି କାରଣରୁ ମୁହାଁମୁହିଁ ହେବା ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଖବର ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ବେଣିସାଗର ପାଖରେ ଥିବା ଏକ ଢ଼ାବାରେ ଖାଇବା ସମୟରେ ଦୁଇ ଗୋଷ୍ଠୀର ଦୁଇ ଅଟୋ ଡ୍ରାଇଭର କୌଣସି କାରଣରୁ ମୁହାଁ ମୁହିଁ ହେବା ସହିତ ମାରପିଟ ହୋଇଥିଲେ। ମାରପିଟ ହେଲା ପରେ ସେଠାରେ ଥିବା ଲୋକମାନେ ସମାଧାନ କରିଥିଲେ କିନ୍ତୁ  ପୁଣି ସନ୍ଧ୍ୟା ସମୟରେ  ବେଣିସାଗର ଛକ ପାଖରେ ଉତ୍ତେଜନା ଦେଖା ଦେଇଥିଲା। ଛକ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଜଣକୁ ବାନ୍ଧି ମାଡ଼ ହୋଇଥିବା ଅଭିଯୋଗ ହୋଇଥିବା ବେଳେ, ଦୁଇ ଗୋଷ୍ଠୀ  ଏଥିରେ ମୁହାଁ ମୁହିଁ ହେଇଥିଲେ।

ଝାଡ଼ଖଣ୍ଡ ରାଜ୍ୟର କୁଳିପୋଷି ଗାଁର  ୧୦୦ ରୁ ଅଧିକ ଯୁବକ ଆସିଥିବା ବେଳେ ଓଡ଼ିଶାର ଭଞ୍ଜବେଡା ଗାଁର କିଛି ଲୋକମାନେ ମଧ୍ୟ ଉତ୍ତେଜନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ରରୁଆଁ ପୋଲିସ ଓ ଝାଡ଼ଖଣ୍ଡର ମଝିଗାଁ ପୋଲିସ ପହଞ୍ଚି ଉଭୟ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଗୋଷ୍ଠୀ ସଂଘର୍ଷରେ ଜଣେ ଆକ୍ରମଣର ଶିକାର ହୋଇ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କ ପରିଚୟ ଏମ.ଡି. ମୁଝାଇତି। ସେ ଝାଡ଼ଖଣ୍ଡର କୁଳିପୋଷି ଗାଁର ବାସିନ୍ଦା। ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ରରୁଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଓଡ଼ିଶାର ୩ ଜଣକୁ ରରୁଆଁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଚାପା ଉତେଜନା ଲାଗିରହିଛି।

   Related Posts