suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ 

1/11/2020 at 8:54 PM

ସାନଖେମୁଣ୍ଡି୧|୧୧: ଦିଗପହଣ୍ଡି ବ୍ଳକ ଜକର ଗ୍ରାମରେ ଗତ କିଛିଦିନ ହେଲା ୨ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସରପଞ୍ଚ ଚୈତନ୍ୟ ପ୍ରଧାନଙ୍କ ସମର୍ଥକ ଏବଂ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଗୁଣବତ୍ତାକୁ ନେଇ ତଦନ୍ତ ଦାବି କରାଯାଇଥିଲା। ଏଥିସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ବୟାନ ବାଜି ପରେ ଘଟଣା ରାଜନୈତିକ ହିଂସାର ରୂପ ନେଇଛି।

ରବିବାର ସନ୍ଧ୍ୟାରେ ସରପଞ୍ଚଙ୍କ ବିପକ୍ଷ ଗୋଷ୍ଠୀର ବାବୁଲା ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକ ମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାବୁଲା ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ନୂଆ ସାହି ଛକରେ ଏହି ଆକ୍ରମଣ କରାଯାଇଛି। ଆକ୍ରମଣ ପରେ ସଂଜ୍ଞାହୀନ ଅବସ୍ଥାରେ ବାବୁଲା ଛଟପଟ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବାବୁଲାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅପରପକ୍ଷରେ ବାବୁଲା ନିଶାସକ୍ତ ଅବସ୍ଥାରେ ସରପଞ୍ଚ ଓ ତାଙ୍କ ସମର୍ଥକ ମାନଙ୍କୁ ସଦା ସର୍ବଦା ଗାଳି ଗୁଲଜ କରି ଆସୁଥିଲେ। ରବିବାର ମଧ୍ୟାହ୍ନରେ ସେ ସରପଞ୍ଚଙ୍କୁ ଆକ୍ଷେପ କରି ଗାଳି କରିବାରୁ ସରପଞ୍ଚଙ୍କ ପୁଅ ମହେଶ ପ୍ରଧାନ ଓ ତାଙ୍କ ସମର୍ଥକ ବାପି ଓରଫ ବାପୁଜୀ ପ୍ରଧାନ ବାବୁଲାଙ୍କୁ ଗୋଡାଇବାରୁ ସେ ୱାର୍ଡ ସଭ୍ୟ ରଘୁ ପ୍ରଧାନଙ୍କ ଘରକୁ ଯାଇ ଲୁଚି ଯାଇଥିଲେ ।

ସେଠାରୁ ଏକ କାତି ଧରି ବାବୁଲା ସରପଞ୍ଚଙ୍କ ସମର୍ଥକ ବାଙ୍କ ପ୍ରଧାନଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅ ବାପି ଓରଫ ବାପୁଜୀଙ୍କୁ କାତି ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବାପୁଜୀଙ୍କ ବାମ କାନ୍ଧ ଓ ମୁଣ୍ଡକୁ ସାମାନ୍ୟ ମାଡ଼ ହୋଇଛି। ଘଟଣାକୁ କେନ୍ଦ୍ରକରି ଗ୍ରାମର ୨ ପରିବାର ମଧ୍ୟରେ ଚପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ କହିଛନ୍ତି।

ରିପୋର୍ଟ ଲେଖା ହେବା ସୁଦ୍ଧା କୌଣସି ପକ୍ଷ ଥାନାରେ ଏତଲା ଦେଇନଥିବା ଜଣାପଡିଛି। ପ୍ରକାଶ ଯେ, ଗତ ୨୦୧୯ ଜାନୁଆରୀ ୮ ତାରିଖରେ ବାବୁଲା ଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ଆକ୍ରମଣ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ବାବୁଲା ୧୩ ତାରିଖ ସକାଳେ ଗ୍ରାମର ବାପୁଜୀ ପ୍ରଧାନଙ୍କୁ ଠେଙ୍ଗାରେ ମାଡ଼ ମାରିବା ସହ ଛାତିକୁ କାମୁଡ଼ି ଦେଇଥିଲା।ଏନେଇ ଏତଲା ହେବାପରେ ପୋଲିସ ଥାନା ମାମଲା ନଂ.୨୫/୨୦୧୯ ଅନୁଯାୟୀ ଅଭିଯୁକ୍ତ ବାବୁଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

   Related Posts