ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ, ଛୁରା ମାଡ଼: ଗୁରୁତର ଅବସ୍ଥାରେ ଜଣକୁ ବୁର୍ଲା ସ୍ଥାନାନ୍ତର

Published By : Prameya-News7 Bureau | October 26, 2023 IST

ବୌଦ୍ଧ: ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ, ଛୁରାମାଡ଼। ଛୁରାମାଡ଼ରେ ଗୁରୁତର ହେଲେ ଯୁବକ। ବୁର୍ଲା ମେଡିକାଲକୁ କରାଗଲା ସ୍ଥାନାନ୍ତର। ଘଟଣା ଘଟିଛି ସହରର ୱାର୍ଡ ନଂ ୧ରେ । ସେପଟେ ଅଭିଯୁକ୍ତକୁ ଧରି ପୋଲିସ୍‌ର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ସହରର ୱାର୍ଡ ନଂ ୧ରେ ଦୁଇ ଯୁବକ ଅଜୟ କୁମାର ପ୍ରଧାନ ଏବଂ ସମିତ୍ କୁମାର ପାଢ଼ୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା । କିନ୍ତୁ ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଉତ୍ୟକ୍ତ ହୋଇ ଅଜୟ ନିଜ ଘରୁ ଏକ ଛୁରା ନେଇ ସମିତ୍‌ଙ୍କ ପେଟରେ ଭୂଷି ଦେଇଥିଲେ । ଫଳରେ ଗୁରୁତର ହୋଇପଡ଼ିଥିଲେ ସମିତ।

ଆହୁରି ପଢ଼ନ୍ତୁ: ବନ୍ଧୁକ ମୁନରେ ଅପହରଣ ପରେ ଡକାୟତି ଯୋଜନା: ୯ ଅଭିଯୁକ୍ତ ଗିରଫ

ତେବେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମିତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଛନ୍ତି । ସେପଟେ ଛୁରା ମାଡ଼ କରିଥିବା ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ୍‌ର ଜିମା ଦେଇଛନ୍ତି । ପୋଲିସ ଅଭିଯୁକ୍ତ ଅଜୟ ପ୍ରଧାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.