ବାରିପଦଶ: ବାରିପଦା ଘରୋଇ ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଏଥିରେ ୬ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଆହତମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ କରାଯାଇଛି। ବସ୍ ଚଳାଚଳକୁ ନେଇ ଏହି ସଂଘର୍ଷ ଘଟିଛି।
ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ଦୁର୍ଗା ନାମକ ଘରୋଇ ବସ୍ ବସ୍ଷ୍ଟାଣ୍ଟରେ ପ୍ରବେଶ କରିଥିଲା। ମାତ୍ର ଏହା ତା’ର ନିର୍ଦ୍ଧାରିତ ସମୟ ପୂର୍ବରୁ ବାହାରିବାକୁ ଉଦ୍ୟମ କରଥିଲା । ଯାହାକୁ ନେଇ ସଂଘ ପକ୍ଷରୁ ପ୍ରତିବାଦ କରାଯିବାରୁ ବଚସା ଆରମ୍ଭ ହୋଇଥିଲା। ଆଉ ଏହି ଘଟଣାକୁ କେନ୍ଦ୍ର କରି ପୂର୍ବ ଯୋଜନା ମୁତାବକ କିଛି ଯୁବକ ବାରିପଦା ବସ୍ ମାଲିକ ସଂଘର କର୍ମକର୍ତ୍ତାମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଜଣେ ଆହତ ବସ୍ ମାଲିକ।
ଏଥିରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣକ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି।
ସେପଟେ ଘଟଣାର ପ୍ରତିବାଦରେ ମୟୂରଭଞ୍ଜ ବସ୍ ମାଲିକ ସଂଘ ପକ୍ଷରୁ ବସ୍ ଚଳାଚଳ ବନ୍ଦ ରଖାଯାଇଥିବା କହିଛନ୍ତି ମୟୂରଭଞ୍ଜ ବସ୍ ମାଲିକ ସଂଘ ସଭାପତି ସୁନିଲ ଦାଶ।