ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ, ଟାଙ୍ଗିଆ ଚୋଟରେ ୮ ଗୁରୁତର

Published By : Prameya-News7 Bureau | July 13, 2022 IST

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମରେ ଗୋଷ୍ଠୀ ସଙ୍ଘର୍ଷ। ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ସୂଚନା ମିଳିଛି। ଏଥିରେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତରଭା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।

ଉଭୟ ପକ୍ଷରୁ ଡୋଲେଶ୍ୱର ବାରିକ (୩୫), ଲକ୍ଷ୍ମୀ ମେହେର (୫୫), ନରୋତ୍ତମ ମିଶ୍ର (୭୦),  କୁନି ମେହେର(୩୦),  ଗଙ୍ଗାଧର ମେହେର (୩୧) ମୁକୁନ୍ଦ ମେହେର (୩୫), ଅଭିମନ୍ୟୁ ମେହେର (୬୨), ମଧୁସୂଦନ ବେଦବାଗ(୭୦) ଆହତ ହୋଇଛନ୍ତି। ସମସ୍ତଙ୍କୁ ବଲାଙ୍ଗି ସ୍ଥାନାନ୍ତର କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାନ୍ନ ଥିବା ଜଣା ପଡିଛି। ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଗାଁରେ ଉତ୍ତେଜନା ଦେଖାଦେଇଛି । ଗାଁରେ ପୋଲିସ ମୃତାୟନ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.