scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଗାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ୭ ଆହତ, ଜଣେ ଗୁରୁତର

22/07/2023 at 10:48 PM

ଜଗତସିଂହପୁର: ଜଗତସିଂହପୁର ଜିଲା ବାଲିକୁଦା ଥାନା ଅପଣ୍ଡାର ଗାଁରେ ଜାଗା ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଉଭୟ ପକ୍ଷରୁ ୭ ଆହତ ହୋଇ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅନାମ ମୁଦୁଲି କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ମାନଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷରୁ ଅନନ୍ତପୁର ଫାଣ୍ଡିରେ ଏତାଲା ଦିଆଯିବା ପରେ  ଘଟଣା ସ୍ଥଳରେ  ପୋଲିସ ପହଁଚି ତଦନ୍ତ ଚଳାଇ ଥିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି। ଏଥି ସହିତ ଗଣ୍ଡଗୋଳରେ ବ୍ୟବହୃତ ମାରଣାସ୍ତ୍ର ପୋଲିସ ଜବତ କରିଛି।

ଅଧିକ ପଢନ୍ତୁ- ଖୋଲିଲା ଗୁଣପୁର ଡବଲ ମର୍ଡର ମିଷ୍ଟ୍ରି : ଜମି ବିବାଦରୁ ପ୍ରଥମ ଓ ସୁପାରି ବିବାଦରୁ ଦ୍ବିତୀୟ ହତ୍ୟା

ଅପଣ୍ଡାର ଗାଁର ଅନାମ ମୁଦୁଲିଙ୍କର ଘର କାମ ଚାଲିଥିବା ବେଳେ ସେ ତାଙ୍କର ଭାଇ ସନ୍ତୋଷ ମୁଦୁଲିଙ୍କ ଜାଗାକୁ ମାଡିଯାଇ ଥିବାର ସନ୍ତୋଷ ଅଭିଯୋଗ କରିଥିଲେ । ଫଳରେ ଏହାକୁ ନେଇ ପ୍ରଥମେ ଉଭୟ ପରିବାର ମଧ୍ୟରେ ବଚସା ହେବା ସହ  ଉଭୟ ଉଭୟ ପକ୍ଷଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଏଥିରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନାମ ମୁଦୁଲିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

   Related Posts