oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଲେ ଆତଙ୍କୀ

18/09/2021 at 9:45 PM

ଶ୍ରୀନଗର ୧୮/୦୯ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣିଥରେ ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିମାଡ ହେଉଥିବା ଖବର ଆସୁଛି । ଏହି କ୍ରମରେ ଶନିବାର ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି । ୨ ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଥିଲେ ସୁଦ୍ଧା ଶେଷରେ ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଇଛନ୍ତି । ଉଭୟ ପକ୍ଷରୁ ପ୍ରବଳ ଗୁଳିମାଡ ହୋଇଛି । ଭାରତୀୟ ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ସୂଚନା ଅନୁସାରେ, ଶ୍ରୀନଗରର ଗୁରବାଗ ଅଞ୍ଚଳରେ ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ଗୁପ୍ତ ସୂତ୍ର ଆଧାରରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଟିମ ସେଠାରେ ପହଞ୍ଚି ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଗୁଳିମାଡ କରିଥିଲେ । ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା ।

ଚାରିପଟୁ ଆକ୍ରମଣ ହେବାରୁ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କୀ । ତେବେ ଘଟଣାସ୍ଥଳରୁ ଗୋଟିଏ AK-47 ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି । ଉପାୟ ନପାଇ ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଇଛନ୍ତି ଆତଙ୍କବାଦୀ । ବର୍ତ୍ତମାନ ମଧ୍ୟ ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଉଭୟ ପଟୁ ଗୁଳିମାଡ ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପ୍ରରୋଚନାରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ ଉଦ୍ୟମ ପୁଣି ଥରେ ଆରମ୍ଭ କରିଦେଇଛନ୍ତି । କିଛି ଦିନ ବ୍ୟବଧାନରେ ପୁଣି ଆକ୍ଟିଭ୍ ହୋଇଯାଇଛନ୍ତି ଆତଙ୍କୀ । ଭାରତୀୟ ସେନା ପକ୍ଷରୁ ମଧ୍ୟ ଆତଙ୍କୀ ଗତିବିଧି ଉପରେ କଡା ନଜର ରଖାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡାକଡି କରାଯାଇଛି ।

   Related Posts