scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୁଡାନରେ ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ତୀବ୍ର ହେଉଛି ଯୁଦ୍ଧ, ପରସ୍ପରକୁ ରକେଟ ମାଡ଼ରେ ୧୬ ନାଗରିକ ମୃତ

23/07/2023 at 5:17 PM

ନୂଆଦିଲ୍ଲୀ, ୨୩/୦୭: ସୁଡାନରେ ସେନା ଏବଂ ଅର୍ଦ୍ଧସାମରିକ ବଳ ଆରଏସଏଫ ମଧ୍ୟରେ ଜାରି ରହିଛି ସଂଘର୍ଷ। ଏହାରି ମଧ୍ୟରେ ସୁଡାନର ଦାରଫୁରରେ ଶନିବାର ରାତିରେ ରକେଟ ମାଡ଼ରେ ୧୬ ଜଣକ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଅର୍ଦ୍ଧସାମରିକ ବଳ ଏବଂ ସେନା ମଧ୍ୟରେ ଯୁଦ୍ଧରେ ଉଭୟ ତରଫରୁ ରକେଟ୍‌ ମାଡ଼ କରାଯାଇଛି। ରକେଟ ଆକ୍ରମଣରେ ମୃତ୍ୟୁ ହୋଇଥିବା ସବୁ ସାଧାରଣ ନାଗରିକ ଥିଲେ।

ରିପୋର୍ଟରେ କୁହାଯାଇଛି ଯେ, ନ୍ୟାଲାର ଦକ୍ଷିଣ ଦାରଫୁରରେ ହୋଇଛି। ଏହି ସମୟରେ କିଛି ସ୍ନାଇପର ସୁଟର ଗୁଳିମାଡ଼ ମଧ୍ୟ କରିଥିଲେ, ଯେଉଁଥିରେ ଜଣକର ମୃତ୍ୟୁ ହୋଇଥିଲା। ଫଳରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ସେନା ଆରଏସଏଫ ମଧ୍ୟ ହୋଇଥିବା ଏହି ସଂଘର୍ଷ ଫଳରେ ହଜାର ହଜାର ସଂଖ୍ୟାରେ ଲୋକମାନେ ପଶ୍ଚିମ ଦାରଫୁର ଛାଡ଼ି ପଳାୟନ କରୁଛନ୍ତି। ତେବେ ଦାରଫୁର ବାର୍‌ ଆସୋସିଏନ ଚିନ୍ତା ପ୍ରକଟ କରିଛି ଦାରଫୁରର ଅନ୍ୟ ଅଞ୍ଚଳରେ ଖୁବ୍‌ଶୀଘ୍ର ଯୁଦ୍ଧଗ୍ରସ୍ତ ହୋଇଯିବ। ଏମିତିରେ ମୃତକଙ୍କ ସଂଖ୍ୟା ବଢ଼ିପାରେ।

ଆହୁରି ପଢ଼ନ୍ତୁ: କ୍ଷୁଧା ଏବଂ ଅନାହାରରେ ୬୦ ପିଲାଙ୍କ ମୃତ୍ୟୁ, ସୁଡାନର ଅନାଥାଶ୍ରମରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ନିଷ୍ପାପ ଶିଶୁ

ନିକଟରେ  ମିଳିତ ଜାତିସଂଘ ମଧ୍ୟ ଚେତାବନୀ ଦେଇଥିଲା ଯେ, ସୁଡାନ ସଂପୂର୍ଣ୍ଣ ଭାବେ​‌ ଯୁଦ୍ଧଗ୍ରସ୍ତ ହୋଇପାରେ। ଯାହାଦ୍ବାରା ଭୟଙ୍କର ପରିଣାମ ହୋଇପାରେ। ଏହା ପୂର୍ବରୁ ସପ୍ତାହେ ତଳେ ସୁଡାର ଓମଡୁମେନରେ ଏକ ଆବାସିକ ଅଞ୍ଚଳରେ ବିମାନ କ୍ଷେତ୍ରରେ ଏକ ଡର୍ଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଥାଉକି, ଗତ ୧୫ ଏପ୍ରିଲ୍‌ରେ ସୁଡାର ରାଜଧାନୀ ଖାର୍ତୁମରେ ସୁଡାନ ସେବା ଏବଂ ଅର୍ଦ୍ଧସାମରିକ ରାପିଡ୍‌ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯାହା ଦାରଫୁର ପର୍ଯ୍ୟନ୍ତ ବ୍ୟାପିଥିଲା। ଏଥିରେ ସମଗ୍ର ସୁଡାନରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସୂଚନାଥାଉକି, ସୁଡାନରେ ଦେଶର ସତ୍ତା ହାତେଇବା ପାଇଁ ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ଯୁଦ୍ଧ ଚାଲୁଛି। ସୁଡାନ ସେନାର ନେତା ଅବ୍ଦେଲ ଫତହ ଅଲ-ବୁରହାନ ଏବଂ ଅର୍ଦ୍ଧସାମରିକ ଆରଏସଏଫ କମାଣ୍ଡର ମୋହମ୍ମଦ ହମଦାନ ଡାଗଲୋଙ୍କ ଜିଦ୍‌ ଦେଶକୁ ଯୁଦ୍ଧକୁ ଠେଲିଦେଇଛି।

   Related Posts