ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | December 22, 2022 IST

ସାନଖେମୁଣ୍ଡି ୨୨/୧୨: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ପଂଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଆଗରେ ଗୁରୁବାର ରକ୍ତାକ୍ତ ସଂଘର୍ଷ ଘଟିଛି । ଏଥିରେ ଉକ୍ତ ପଂଚାୟତ ଅନ୍ତର୍ଗତ ଆମ୍ବଗାଁର ଏମ. ରାମରାଓଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଦାଦା ଏମ. କ୍ରୀଷ୍ଣା ରାଓ ଓ ଏମ. ଲାଛେୟା ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ଗୁରୁବାର ସାମନ୍ତିଆପଲ୍ଲୀ ପଂଚାୟତରେ ଆମ୍ବଗାଁ ଲୋକଙ୍କୁ ଚାଉଳ ବଣ୍ଟନ ହେବାର ଥିଲା । ବଣ୍ଟନ ଆରମ୍ଭ ହେବା ପୂର୍ବରୁ କିଛିବ୍ୟକ୍ତି ହଠାତ  ଖଣ୍ଡା, କାତି ବାହାର କରି ଆକ୍ରମଣ ଆରମ୍ଭ କରିଥିଲେ । ଯାହା ଫଳରେ ଉପସ୍ଥିତ ଲୋକେ ଛତ୍ରଭଙ୍ଗ ଦେଇଥିବା ବେଳେ ନିକଟରେ ଥିବା କଲେଜ ଛାତ୍ରଛାତ୍ରୀ ବି ଡ଼ରିଯାଇଥିଲେ । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଇଂ.ରାମରାଓ, ଇଂ.କ୍ରିଷ୍ଣାରାଓ ଓ ଏମ.ଲାଛେୟା ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ପାତ୍ରପୁର ମେଡିକାଲ ଆଣିଥିଲେ ।

ହେଲେ ଡାକ୍ତର ଗୁରୁତର ଆହତ ରାମାରାଓଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରିଛନ୍ତି । ଘଟଣାସ୍ଥଳରେ ଜରଡ଼ା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଆକ୍ରମଣକାରୀ ଫେରାରଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.