ଲାକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାରେ ତୁମୁଳକାଣ୍ଡ, ଦୁଇ ଗୋଷ୍ଠୀର ୪ ଗୁରୁତର

Published By : Prameya-News7 Bureau | October 19, 2022 IST

ଢେଙ୍କାନାଳ, ୧୯/୧୦: ବହୁ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲା ଲାକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାରେ ତୁମୁଳକାଣ୍ଡ ଘିଟିଥିବା ଜଣାପଡ଼ିଛି । କଣ୍ଟା ନାଳୀ ବଜାର ଓ ବନମାଳୀ ପ୍ରସାଦ ମଧ୍ୟରେ କର୍ମୀମାନେ ମୁହାଁ ମୁହିଁ ହୋଇଛନ୍ତି । ମେଢ଼ ଓ ବାଜା ବ୍ୟାପକ ଭଙ୍ଗା ରୁଜା ହୋଇଥିବା ବେଳେ ବ୍ୟାପକ ଉତ୍ତ୍ୱେଜନା ଦେଖିବାକୁ ମିଳିଛି । ତେବେ ଆକ୍ରମଣ ପ୍ରତି ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଲାଠି ଚାଳନା କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.