ବିନିକା ସହରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ଛୁରାମାଡ଼ରେ ଦୁଇ ଗରତର
8/09/2022 at 8:21 PM

ସୁବର୍ଣ୍ଣପୁର, ୦୮/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଛୁରାମାଡ଼ । ନୂଆ ବଜାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ଦୁଇ ଗୋଷ୍ଠୀରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି । ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।