ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍, ୪ ଆହତ ଡାକ୍ତରଖାନାରେ ଭର୍ତ୍ତି
24/08/2022 at 4:29 PM

ସାନଖେମୁଣ୍ଡି, ୨୪/୦୮: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ଅଧୀନ ପିତଳ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ-ମାଡ଼ପିଟ । ଫଳରେ ଉଭୟ ଗୋଷ୍ଠୀର ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ଏବଂ ଆଜି ଲଗାତାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟରେ ଗଗନ ଜେନା, ବାବୁ ପ୍ରଧାନ, କାହ୍ନୁ ମହାପାତ୍ର ଓ ସନତ ପାତ୍ର ଆହତ ହୋଇଛନ୍ତି । ଗତକାଲି ରାତିରେ କାହ୍ନୁ ମହାପାତ୍ର ଓ ସନତ ପାତ୍ର ଆହତ ହୋଇଥିବା ବେଳେ ଆଜି ତାହା ଉଗ୍ରରୂପ ନେଇ ବାବୁ ପ୍ରଧାନ ଓ ଗଗନ ଜେନା ଆହତ ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତମାନଙ୍କୁ ହିଂଜିଳି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏ ନେଇ ତଦନ୍ତ ଆରମ୍ଭ କରିଛି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023