ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ : ୩ ଗୁରୁତର

Published By : Prameya-News7 Bureau | June 10, 2019 IST

ସାନଖେମୁଣ୍ଡି ୧୦/୬ : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ବିବାଦ ଦେଖାଦେଇଛି । ଜମି ବିବାଦକୁ କେନ୍ଦ୍ର କରି ପାଟପୁର ଥାନା ଉତ୍ସା ଜଗନ୍ନାଥପୁର ଛକରେ ଗଣ୍ଡଗୋଳ ହୋଇଛି । ଦୁଇ ପରିବାରଙ୍କ ମଧ୍ୟରେ ମାରପିଟ ହୋଇଛି । ଗଣ୍ଡଗୋଳ ଓ ମାରପିଟରେ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

{"id":121610}

୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।୨ ଗୁରୁତର ହେଲେ ପବିତ୍ର ବିଶ୍ୱାଳ ଓ ବିଚିତ୍ର ବିଶ୍ୱାଳ । ଘଟଣାସ୍ଥଳରେ ପାଟପୁର ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

{"id":121611}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.