Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍‌, ଦୁଇ ମଦ୍ୟପଙ୍କ ମଧ୍ୟରେ ମାଡ଼ପିଟ୍‌, ଜଣେ ଡାକ୍ତରଖାନାରେ ଭର୍ତ୍ତି

29/09/2022 at 7:08 PM

ଭୁବନେଶ୍ୱର, ୨୯/୦୯: ରକ୍ତରଞ୍ଜିତ ହେଲା ମାଷ୍ଟର କ୍ୟାଣ୍ଟିନ୍‌ । ଭୁବନେଶ୍ୱରର ସବୁଠୁ ଲୋକାରଣ୍ୟ ଅଞ୍ଚଳ ଭାବେ ପରିଚିତ ମାଷ୍ଟର କ୍ୟାଣ୍ଟିନ ସମ୍ମୁଖ ଅଞ୍ଚଳ ଗତ କିଛିଦିନ ଧରି ଶାନ୍ତ ରହିବା ପରେ ଆଜି ଅପରାହ୍ନ ୪ଟା ସମୟରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି। ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣେ ଯୁବକ ଘଟଣା ପରେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଛି । ଅନ୍ୟ ଆହତ ଯୁବକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଦୀର୍ଘ ସମୟ ପଡି ରହିବା ପରେ PCR ଭ୍ୟାନ ପହଁଚି ୧୦୮ ଆମ୍ବୁଲାନ୍ସ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛି । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଆହତ ଯୁବକର ନାମ “ମୁନା” ବୋଲି ଜଣାପଡିଛି ।

   Related Posts