କେବିସି ୧୩ରେ ଦର୍ଶକଙ୍କ ଦାବି- ପଚରାଗଲା ଭୁଲ୍ ପ୍ରଶ୍ନ, ଶୋର ମେକର୍ସଙ୍କୁ ବି ଦେଲେ ଉପଦେଶ, ଏମିତି ଉତ୍ତର ରଖିଲେ ନିର୍ମାତା ସିଦ୍ଧାର୍ଥ ବସୁ

Published By : Prameya-News7 Bureau | September 15, 2021 IST

ମୁମ୍ବାଇ ୧୫।୦୯: କୌନ ବନେଗା କୋରଡପତି ସିଜିନ-୧୩ରେ ସୋମବାର ଭୁଲ୍ ପ୍ରଶ୍ନ ଏବଂ ଉତ୍ତର ଦିଆଯାଇଥିବା ଦାବି କରିଛନ୍ତି ଜଣେ ଦର୍ଶକ। ସୋମବାର ୧୩ମ ଏପିସୋଡ ପ୍ରସାରଣ ହୋଇଥିଲା। ଦର୍ଶକଙ୍କ କହିବା କଥା ସୋମବାର ଶୋରେ ଲୋକସଭା ଓ ରାଜ୍ୟସଭା ସଂପର୍କିତ ଯେଉଁ ପ୍ରଶ୍ନ ପଚରାଗଲା ଏବଂ ଯେଉଁ ଉତ୍ତର ଦିଆଗଲା ତାହା ଭୁଲ୍ ଦେଖା ଯାଇ ଥିଲା। ଏହି ଦର୍ଶକଙ୍କ ଟ୍ଵିଟ୍‌ରରେ ଜବାବ ଦେଇ ଶୋର ନିର୍ମାତା ସିଦ୍ଧାର୍ଥ ବସୁ କହିଛନ୍ତି ଏଥିରେ ଭୁଲ୍ କିଛି ନାହିଁ।

ସୋମବାର ହଟ୍‌ସିଟ୍‌ରେ ବସିଥିବା ପ୍ରତିଯୋଗୀ ଦିପ୍ତୀ ତୁପେଙ୍କୁ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, ସାଧାରଣତଃ ଭାରତୀୟ ସଂସଦର ପ୍ରତ୍ୟେକ ବୈଠକ ଉପରୋକ୍ତ ମଧ୍ୟରୁ କାହା ସହ ଆରମ୍ଭ ହୋଇଥାଏ ? ଏହି ପ୍ରଶ୍ନର ଉତ୍ତର ପାଇଁ ଚାରି ବିକଳ୍ପ ଥିଲା- ୧. ଶୁନ୍ୟ କାଳ ୨. ପ୍ରଶ୍ନ କାଳ ୩. ବିଧାୟୀ କାର୍ଯ୍ୟ ୪. ବିଶେଷ ଅଧିକାର ପ୍ରସ୍ତାବ। ଆଉ ଏହି ପ୍ରଶ୍ନର ସଠିକ୍  ଉତ୍ତର ଥିଲା- ପ୍ରଶ୍ନ କାଳ।

କେବିସି ପ୍ରଶ୍ନ ଉପରେ ପ୍ରଶ୍ନ ଉଠାଇଲେ ୟୁଜର

wp:html /wp:html

ଆଶିଷ ଚର୍ତୁବେଦୀ ନାମକ ଜଣେ ୟୁଜର ପ୍ରଶ୍ନ ଏବଂ ଏହାର ଉତ୍ତର ସ୍କ୍ରିନ ସଟ୍‌ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଆଉ ଲେଖିଛନ୍ତି ଆଜିର କେବିସି ଏପିସୋଡରେ ଭୁଲ୍ ପ୍ରଶ୍ନ ଏବଂ ଉତ୍ତର ଦିଆଯାଇଛି। ଟିଭିରେ ସଂସଦର ଗୃହକାର୍ଯ୍ୟ  ସଂପର୍କିତ ପ୍ରଶ୍ନ ପଚରାଯାଇଥିଲା। ସାଧାରଣତଃ ଲୋକସଭାର ଗୃହ କାର୍ଯ୍ୟ ଶୂନ୍ୟ  କାଳ ବା ଜିରୋ ଆଓ୍ଵାର ଏବଂ ରାଜ୍ୟସଭାର  ଗୃହ କାର୍ଯ୍ୟ ପ୍ରଶ୍ନକାଳରୁ ଆରମ୍ଭ ହୋଇଥାଏ। ଆଶିଷ ନିଜର ଟ୍ଵିଟରେ ଶୋର ନିର୍ମାତା ସିଦ୍ଧାର୍ଥ ଏବଂ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଉତ୍ତର ରଖିଲେ ଶୋର ନିର୍ମାତା

କେବିସିର ଏହି ଦର୍ଶକଙ୍କୁ ଉତ୍ତର ରଖି ସିଦ୍ଧାର୍ଥ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଏଥିରେ କିଛି ଭୁଲ୍ ନାହିଁ। ଦୟା କରି ନିଜର ସୂଚନା ପାଇଁ ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କ  ହ୍ୟାଣ୍ଡବୁକ୍ ଚେକ୍ କରନ୍ତୁ। ଦୁଇ ଗୃହରେ ଯେ ପର୍ଯ୍ୟନ୍ତ  ବାଚସ୍ପତି/ଅଧ୍ୟକ୍ଷ ଦ୍ଵାରା ନିର୍ଦ୍ଦେଶ ଦିଆଯାଇ ନାହିଁ, ପାରମ୍ପରିକ ଭାବେ ବୈଠକର ଆରମ୍ଭ ପ୍ରଶ୍ନ କାଳରୁ ହିଁ ଆରମ୍ଭ ହୋଇଥାଏ। ଏହା ପରେ ଶୂନ୍ୟକାଳ ଆରମ୍ଭ ହୋଇଥାଏ।

wp:html /wp:html

ହେଲେ ଦର୍ଶକ ଜଣକ ଏତିକିରେ ଅଟକି ଯାଇନଥିଲେ। ସିଦ୍ଧାର୍ଥଙ୍କ ଜବାବ ପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ସେ ଦୁଇଟି ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ମିଷ୍ଟର ବସୁ ଜବାବ ଦେଇଥିବାରୁ ଧନ୍ୟବାଦ।  ମୁଁ ଲୋକସଭା ଏବଂ ରାଜ୍ୟସଭାର ଓ୍ଵେବସାଇଟ୍‌ରେ କ୍ରସ ଚେକ୍ କଲି। ଦୁଇଟି ସ୍କ୍ରିନ ସଟ୍‌ ଏହା ଦର୍ଶାଉଛି ଯେ, ପ୍ରଶ୍ନ ଏବଂ ଉତ୍ତର ଦୁଇଟି ଭୁଲ୍ ଥିଲା। ଏଠାରେ କହି ରଖୁଛି ଯେ, ରାଜ୍ୟସଭାର ଗୃହ କାର୍ଯ୍ୟ ସକାଳ ୧୧ଟାରୁ ଆରମ୍ଭ ହୁଏ।

wp:html /wp:html

ସିଦ୍ଧାର୍ଥ ପୁଣି ଥରେ ଦର୍ଶକଙ୍କୁ ଉତ୍ତର ଦେଇ ଟ୍ଵିଟ୍ କରିଛନ୍ତି ଯେ, ଏହି ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ତାହା ଦର୍ଶାଉଛି ଯାହା ପ୍ରଶ୍ନ ଏବଂ ଉତ୍ତର  ପାଇଁ ଉଦ୍ଦିଷ୍ଟ ଅଛି। ଦୟା କରି ତାକୁ କିମ୍ବା ଅନ୍ୟ ପ୍ରମାଣିକ ବହି ପୁଣି ଥରେ ପଢନ୍ତୁ। ଭୁଲ୍ ବ୍ୟାଖ୍ୟା ପାଇଁ ଏଠାରେ କୌଣସି ସ୍ଥାନ ନାହିଁ। ଏହା ଅଜବ ଯେ, ଆପଣଙ୍କୁ ଗୋଟିଏ ତ୍ରୁଟି ସହ ରହିବାକୁ ଚାହୁଁଛନ୍ତି ଯେଉଁଠି ସେମିତି କିଛି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.