Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

‘ଦେଶର ସବୁ ସ୍ଥାନରେ ଶାସକ ଦଳ ସହିତ ମିଶିଯାଉଛନ୍ତି ପୋଲିସ, ସ୍ଥିତି ଅତ୍ୟନ୍ତ ଦୁଃଖଦ: ଖାକି ଏବଂ ଖାଦି ମେଣ୍ଟକୁ ନେଇ ପ୍ରଧାନ ବିଚାରପତିଙ୍କ କଡ୍ଡା ଟିପ୍ପଣୀ

1/10/2021 at 10:02 PM

ନୂଆଦିଲ୍ଲୀ ୦୧/୧୦ : ଦେଶରେ ରାଜନେତା ଏବଂ ବ୍ୟୁରୋକ୍ରାଟ ବିଶେଷକରି ପୋଲିସ ଅଧିକାରୀଙ୍କ ମଧ୍ୟରେ ନେକ୍ସସ୍‌କୁ ନେଇ କଡ୍ଡା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ଥାୟୀ କମିଟି ଗଠନ କରିବାକୁ ଚିନ୍ତା କରାଯାଇଥିଲା । ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ, ଦେଶରେ ଅମଲାତନ୍ତ୍ର ତଥା ବିଶେଷ କରି ପୋଲିସ୍ କିପରି ବ୍ୟବହାର କରୁଛନ୍ତି ତାହା ଉପରେ ମୋର ଆପତ୍ତି ରହିଛି।

ପ୍ରଧାନ ବିଚାରପତି କହିଛନ୍ତି, ‘ମୁଁ ଥରେ ଅମଲାତନ୍ତ୍ର ବିଶେଷ କରି ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଏପରି ଅଭିଯୋଗର ଶୁଣାଣି ପାଇଁ ଏକ ସ୍ଥାୟୀ କମିଟି ଗଠନ କରିବାକୁ ଚିନ୍ତା କରୁଥିଲି । ଏହି କମିଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ମୁଁ ଏହାକୁ ସୁରକ୍ଷିତ ରଖିଛି, ଏବେ ଏହାକୁ କରିବାକୁ ଚାହୁଁ ନାହିଁ।’

ତିନିଟି ପୃଥକ ଆବେଦନ ଉପରେ ଶୁଣାଣି କରୁଥିବା ଏକ ବେଞ୍ଚର ଅଧ୍ୟକ୍ଷତା କରୁଥିବା ବେଳେ ଦେଶର ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଛନ୍ତି। ଏଥିରେ ବରିଷ୍ଠ ଆଇପିଏସ୍ ଅଫିସର ଗୁରୁଜିନ୍ଦର ପାଲ ସିଂଙ୍କ ତିନୋଟି ପୃଥକ ଆବେଦନ ଶୁଣାଣି କରୁଥିଲେ । ରାଜ୍ୟ ସରକାର ତାଙ୍କ ବିରୋଧରେ ଦୁର୍ନୀତି, ନିର୍ଯାତନା ଏବଂ ବିଦ୍ରୋହ ମାମଲା ରୁଜୁ କରିଛନ୍ତି । ଏହା ପରେ ସେ ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ପିଟିସନର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ‘ଦେଶର ପରିସ୍ଥିତି ଦୁଃଖଦାୟକ । ଯେତେବେଳେ ଏକ ରାଜନୈତିକ ଦଳ କ୍ଷମତାରେ ଥାଏ, ପୋଲିସ୍ କର୍ମଚାରୀ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦଳ ସହିତ ଥାଆନ୍ତି । ପରେ ଯେତେବେଳେ ଏକ ନୂଆ ଦଳ କ୍ଷମତାକୁ ଆସେ, ସରକାର ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରନ୍ତି । ଏହା ଏକ ଭୟଙ୍କର ଧାରା ଯାହାକୁକି ବନ୍ଦ କରିବା ଆବଶ୍ୟକ ।

ଏଡିଜି ଗୁରୁଜିତ ପାଲ ସିଂଙ୍କ ବିରୋଧରେ ହୋଇଥିବା ଜୋରଜବରଦସ୍ତ ଚାନ୍ଦା ଆଦାୟ ମାମଲାରେ ପ୍ରଧାନ ବିଚାରପତି ପୂର୍ବରୁ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ, ଆପଣ ସରକାରଙ୍କ ନିକଟତର ଥିବାରୁ ବେଆଇନ ଭାବେ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଇଛନ୍ତି, ଯଦି ଆପଣ ସରକାରଙ୍କ ନିକଟତର ହୁଅନ୍ତି ତେବେ ଏହା ଘଟେ ଏବଂ ଦିନ ଆସିବ ଏଭଳି କାର୍ଯ୍ୟ ପାଇଁ ଆପଣଙ୍କୁ ହିଁ ଭୋଗିବାକୁ ହେବ ।’

ଗୁରୁଜନ୍ଦର ପାଲ ସିଂ ୧୯୯୪ ବ୍ୟାଚ୍ ଆଇପିଏସ୍ ଅଫିସର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତିଶଗଡ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ADGଙ୍କ ବିରୋଧରେ ଆଇପିସିର ଧାରା ୧୨୪A ଅନୁଯାୟୀ ଦେଶଦ୍ରୋହ ଏବଂ ବେଆଇନ ସମ୍ପତ୍ତି ଠୁଳ ମାମଲା ପଞ୍ଜିକୃତ ହୋଇଛି । ଏ ନେଇ ସେ ଦୁଇଟି ପିଟିସନ ଦାଖଲ କରିଛନ୍ତି। ଗୋଟିଏରେ ଦେଶଦ୍ରୋହ ମାମଲାକୁ ବନ୍ଦ କରିବାକୁ ଦାବି ରହିଛି ଏବଂ ଅନ୍ୟଟିରେ ସିବିଆଇ ଦ୍ୱାରା ମାମଲା ଅନୁସନ୍ଧାନ କରିବାକୁ ଦାବି ରହିଛି ।

   Related Posts