ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ !

18/10/2019 at 12:47 PM

ନୂଆଦିଲ୍ଲୀ ୧।୧୦: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ତାଙ୍କ ନାଁ ସୁପାରିସ କରିଛନ୍ତି । ଆଜି ଜଷ୍ଟିସ୍ ଗୋଗୋଇ ଆଇନ ମନ୍ତ୍ରଳାୟକୁ ଜଷ୍ଟିସ୍ ବୋବଡେଙ୍କ ନାଁ ସୁପାରିଶ କରି ପତ୍ର ଲେଖିଛନ୍ତି । ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥାନ୍ତି ।

୨୪ ଏପ୍ରିଲ ୧୯୫୬ରେ ନାଗପୁରରେ ଜନ୍ମିତ ଜଷ୍ଟିସ୍ ବୋବଡେ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୧୨ ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ଏପ୍ରିଲ ୨୦୧୩ ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ଜଷ୍ଟିସ୍ ବୋବଡେ ୨୩ ଏପ୍ରିଲ ୨୦୨୧ ରେ ଅବସର ନେବେ । ଏବେ ଜଷ୍ଟିସ୍ ଗୋଗୋଇଙ୍କ ପରେ ଜଷ୍ଟିସ୍ ବୋବଡେ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ତେଣୁ ପରବର୍ତ୍ତି ପ୍ରଧାନ ବିଚାରପତି ଭାବେ ତାଙ୍କ ନା ସୁପାରିଶ କରାଯାଇଛି । ବର୍ତ୍ତମାନର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ ।

   Related Posts