ବଢୁଛି ପ୍ରଧାନବିଚାରପତିଙ୍କ ଉପରେ ଚାପ ; ବିଚାରପତି କେ.ଏମ୍. ଜୋଶେଫଙ୍କ ନାମ ପୁଣି ସୁପାରିଶ କରିପାରନ୍ତି ସୁପ୍ରିମକୋର୍ଟ
10/05/2018 at 9:56 AM

ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେଏମ ଜୋସେଫଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ପ୍ରସଙ୍ଗ। କେନ୍ଦ୍ର ସରକାରଙ୍କ ପ୍ରତ୍ୟାଖ୍ୟାନ ପରେ କଲିଜିୟମ ପୁଣି ଥରେ ଏହି ମାମଲାରେ ବିଚାରକରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି ବିଚାରପତି ଜେ ଚେଲେମେଶ୍ବର। କଲିଜିୟମ ବିଚାରପତି ଜୋସେଫଙ୍କ ପଦୋନ୍ନତି ପ୍ରସଙ୍ଗକୁ ଗମ୍ଭୀରତାତର ସହିତ ବିଚାରକରି ଠୋସ୍ ନିଷ୍ପତ୍ତି ନେବାକୁ କହିଛନ୍ତି ବିଚାରପତି ଚେଲେମେଶ୍ବର। ଏବଂ ଏହି ନିଷ୍ପତ୍ତିକୁ ସରକାରଙ୍କୁ ଜଣାଇବାକୁ ସେ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଲେଖିଥିବା ଚିଠିରେ ଜୋସେଫଙ୍କ ପଦନ୍ନୋତି ନେଇ ଆଇନମନ୍ତ୍ରୀ ରବିଶଙ୍କର ଉଠାଥିବା ଆପତ୍ତିର କଡା ଜବାବ ଦେଇଛନ୍ତି ବିଚାରପତି ଚେଲେମେଶ୍ବର। ଜୋସେଫଙ୍କ ପଦୋନ୍ନତିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବାପରେ ମେ ୨ରେ ସୁପ୍ରିମକୋର୍ଟ କଲିଜିୟମର ବୈଠକ ବସିଥିଲା। ତେବେ ବୈଠକରେ ଜୋସେଫଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ପ୍ରସଙ୍ଗରେ କୌଣସି ଠୋସ୍ ନିଷ୍ପତି ନେଇଥିଲେ। ଜାନୁଆରୀ ୧୨ରେ ସୁପ୍ରିମକୋର୍ଟ କଲିଜିୟମ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏମ ଜୋସେଫ ଏବଂ ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ଏପ୍ରିଲ ୨୬ରେ କେନ୍ଦ୍ର ସରକାର ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କ ପଦନ୍ନୋତିକୁ ମଞ୍ଜୁର କରିଥିଲେ। ହେଲେ ବିଚାରପତି ଜୋସେଫଙ୍କ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରିଥିଲେ।