ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଅବସରକୁ ନେଇ ଭାବୁକ ହେଲେ CJI ରମଣା, କୋର୍ଟରେ ବିଚାରଧୀନ ମାମଲାକୁ ନେଇ କହିଲେ- I am sorry…

26/08/2022 at 10:50 PM

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନଭି ରମଣା ଶୁକ୍ରବାର ବିଚାରଧୀନ ମାମଲା ନ୍ୟାୟାଳୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି। ଏପରିକି ମାମଲାର ଶୁଣାଣି ପ୍ରସଙ୍ଗରେ ଆବଶ୍ୟକ ଧ୍ୟାନ ଦେଇନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ମାମଲା ଗୁଡିକର ତ୍ଵରିତ ଶୁଣାଣି ପାଇଁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବାର ଆବଶ୍ୟକତା ଥିବା ରମଣା କହିଛନ୍ତି।

ବିଚାରପତି ରମଣା କହିଛନ୍ତି, ଆମକୁ ସାଧାରଣ ଜନତାଙ୍କୁ ତ୍ଵରିତ ଏବଂ ସ୍ଵଳ୍ପ ମୂଳୟରେ ନ୍ୟାୟ ଦେବା ପ୍ରକ୍ରିୟା ସହିତ ଆଗକୁ ବଢିବାକୁ ପଡିବ। ସେ ସଂସ୍ଥାର ବିକାଶରେ ଯୋଗଦାନ ଦେବାରେ ପ୍ରଥମ କିମ୍ବା ଶେଷ ବ୍ୟକ୍ତି ନୁହନ୍ତି। ଲୋକେ ଆସିବେ ଏବଂ ଯିବେ, ମାତ୍ର ସଂସ୍ଥା ସବୁଦିନ ପାଇଁ ରହିବ ବୋଲି ରମଣା କହିଛନ୍ତି। ସଂସ୍ଥାର ବିଶ୍ଵସନୀୟତାର ରକ୍ଷା କରିବା ଉପରେ ଜୋର ଦେଇ ରମଣା କହିଛନ୍ତି, ସମାଜରେ ଲୋକଙ୍କୁ ସମ୍ମାନ ମିଳିବା ଅତି ଜରୁରୀ।

ସେ କହିଛନ୍ତି, ଆମକୁ ଏହା ସ୍ଵୀକାର କରିବାକୁ ପଡିବ ଯେ, ବିଚାରଧୀନ ମାମଲା ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ। ମୋତେ ଏହା ସ୍ଵୀକାର କରିବାକୁ ପଡିବ ମାମଲାକୁ ସୂଚୀବଦ୍ଧ କରିବା କ୍ଷେତ୍ରରେ ଯେତିକି ଧ୍ୟାନ ଦେବା କଥା ସେତିକି ଦେଇ ପାରି ନାହିଁ। ଏହାକୁ ନେଇ ମୁଁ ଦୁଃଖିତ। ନିକଟରେ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦୁବେ କହିଥିଲେ, ସିଜେଆଇଙ୍କ ନିକଟରେ ମାମଲାର ହସ୍ତାନ୍ତର ଏବଂ ସୁଚୀବଦ୍ଧ କରିବାର ଶକ୍ତି ରହିବା ଉଚିତ୍ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ମାମଲାର ଆବଣ୍ଟନ ପାଇଁ ଏକ ସ୍ଵଚାଳିତ ପ୍ରଣାଳୀ ରହିବା ଉଚିତ୍ ବୋଲି ସେ କହିଥିଲେ।

   Related Posts