ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସରୁଛି କାର୍ଯ୍ୟକାଳ, ଅବସର ନେବେ CJI ଜଷ୍ଟିସ୍ ଏନ୍ .ଭି. ରମଣା

26/08/2022 at 11:45 AM

ଭୁବନେଶ୍ୱର ୨୬/୦୮: ଆଜି ଅବସର ନେବେ ସିଜେଇ ଜଷ୍ଟିସ୍ ଏନ୍ .ଭି. ରମଣା । ସୁପ୍ରିମ୍ କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ରମଣାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ରୂପେ ୧୬ ମାସର କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ।

ଓଡିଶା ସଂଦର୍ଭରେ କିଛି ମାମଲାର ସେ ଶୁଣାଣି କରିଥିବା ବେଳେ ୨୦୨୧ ଜୁଲାଇ ୧୨ରେ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ଜଷ୍ଟିସ୍ ରମଣା ଙ୍କ ରାୟ ବେଶ୍ ଚର୍ଚ୍ଚାରେ ରହିଥିଲା । ସେହିପରି ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ସର୍ବାଧିକ ୧୧ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।

ଫଳରେ ଓଡିଶା ହାଇକୋର୍ଟରେ ୧୦ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇପାରିଥିଲା। ମୁଖ୍ୟ ବିଚାରପତି ଏନ.ଭି. ରମନ୍ନାଙ୍କ ପରେ ଦେଶର ୪୯ ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ.ୟୁ ଲଳିତ । ଆସନ୍ତାକାଲି ସେ ଦାୟିତ୍ବ ଗ୍ରହଣ କରିବେ । ଜଷ୍ଟିସ ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହୋଇଛନ୍ତି ।

   Related Posts